ରାଜ୍ୟ କ୍ୟାବିନେଟ ବୈଠକ : ପଞ୍ଚଦଶ ବିଧାନସଭା ଭଙ୍ଗ ସୁପାରିଶ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଏକ ବୈଠକ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରାଯା​ଇଛି । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କ୍ୟାବିନେଟ ବୈଠକରେ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା ହୋଇଛି ।

ଏହି ବୈଠକରେ ପଞ୍ଚଦଶ ବିଧାନସଭା ଭଙ୍ଗ କରିବା ସମ୍ପର୍କରେ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଛି । ନୂଆ ସରକାର ଗଠନ କରାଯିବା ପୂର୍ବରୁ ବିଧାନସଭାକୁ ଭଙ୍ଗ କରାଯିବାର ପ୍ରାବଧାନ ରହିଛି ।  ଆସନ୍ତା ୨୩ତାରିଖରେ ଭୋଟଗଣତି କାର୍ଯ୍ୟକ୍ରମ ଥିବାରୁ ଫଳାଫଳ ଘୋଷଣା ପରେ ନୂତନ ସରକାର ଶପଥଗ୍ରହଣ ଉତ୍ସବ ପାଇଁ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯିବ ।

Comments are closed.