ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି : ପୁରୀ ଓ ଯାଜପୁରରେ ମେଡିକାଲ କଲେଜ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ଅନୁ​ଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷଠିତ ବୈଠକରେ ପୁରୀ ଓ ଯାଜପୁର ମେଡିକାଲ କଲେଜ ପ୍ରତିଷ୍ଠା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ ମେଡିକାଲ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପ୍ରତିଷ୍ଠା ହେବ। ଏଥିପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି ଯାଜପୁରରେ ୧୦୦ ସିଟ୍ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ହେବ। ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ ନିର୍ମାଣ କାର୍ୟ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ।

ସେହିପରି  କ୍ୟାବିନେଟ ବୈଠକରେ ଭୁବନେଶ୍ବର  ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ୍‌କୁ ମଞ୍ଜୁରୀ ମିଳିଛି। ମନ୍ଦିର ପରିଚାଳନା ଦାୟିତ୍ବ ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଅଧ୍ୟାଦେଶରେ ମନ୍ଦିର ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା ରହିଛି।

Comments are closed.