ଫୁଲବାଣୀରେ ହେବ ସରକାରୀ ମେଡ଼ିକାଲ କଲେଜ-ହସପିଟାଲ, ରହିବ ୧୦୦ ଶଯ୍ୟା

୬୫୦କୁ ବଢ଼ିବ କୋରାପୁଟସ୍ଥିତ ସହିତ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଶଯ୍ୟା ସଂଖ୍ୟା

ଭୁବନେଶ୍ବର: ଫୁଲବାଣୀରେ ଖୋଲାଯିବ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି  । ସେହିପରି କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ ମେଡ଼ିକାଲ କଲେଜର ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

ସେହିପରି ବସୁଧା ଯୋଜନାରେ ବରଗଡ଼ ଜିଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଜିଲାର ୭ଟି ବ୍ଲକ ଅନ୍ତର୍ଗତ ୧୩୮ ପଞ୍ଚାୟତର ୫୧୫ ଗାଁର ୭.୩୭ ଲକ୍ଷ ଏହାଦ୍ବାରା ଉପକୃତ ହେବେ । ଏଥିପାଇଁ ତାମିଲନାଡ଼ୁର ଏଲ ଏଣ୍ଡ ଟିକୁ ୫୩୦ କୋଟି ଓ ହାଇଦ୍ରାବାଦର ଏକ କମ୍ପାନୀକୁ ପ୍ରାୟ ଅଢ଼େଇଶହ କୋଟି ଟଙ୍କାର ଟେଣ୍ଡର ପ୍ରସ୍ତାବ ଅନୁମୋଦନ କରାଯାଇଛି । ଏହି କାର୍ଯ୍ୟଗୁଡ଼ିକ ପ୍ରାୟ ୨ ବର୍ଷ ମଧ୍ୟରେ ଶେଷ ହେବ ।

Comments
Loading...