କୋବିଡ଼ ସାମଗ୍ରୀ କ୍ରୟକୁ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ କୋଭିଡ଼ ସାମଗ୍ରୀ କ୍ରୟ ଓ କ୍ରୟର ଯଥାର୍ଥତା ଯାଞ୍ଚ, ଅନୁମୋଦନ ନିମନ୍ତେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଗଠନ କରିଛନ୍ତି ମନ୍ତ୍ରୀସ୍ତରୀୟ କମିଟି । ଏହି କମିଟିର ବୈଠକ ଇତିମଧ୍ୟରେ ୧୦ଥର ଅନୁଷ୍ଠିତ ହୋଇଛି । ୨୦୨୦ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ କମିଟି ଗ୍ରହଣ କରିଥିବା ନିଷ୍ପତ୍ତିଗୁଡ଼ିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।

Comments are closed.