ରାଜ୍ୟ ବଜେଟ୍ : ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି

ଭୁବନେଶ୍ବର : ରାଜ୍ୟ ବଜେଟ ୨୦୨୦-୨୧ରେ ଉଚ୍ଚ ଶିକ୍ଷା ପାଇଁ ବ୍ୟାପକ ବ୍ୟୟ ବରାଦ କରାଯାଇଛି। ସତ୍ୟବାଦୀଠାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ବଜେଟ୍ ରେ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଲାପଟପ୍ ବିତରଣ ପାଇଁ ୪୫ କୋଟି ଟଙ୍କା, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୂସା) ପାଇଁ ୨୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ସେହିପରି ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ନିମନ୍ତେ ୪୯ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି। ସ୍କିଲଡ ଇନ୍ ଓଡ଼ିଶାକୁ ବିଶ୍ବସ୍ତରୀୟ ପରିଚୟ ପ୍ରଦାନ କରିବା ପାଇଁ ଏସୀୟ ଉନ୍ନୟନ ବ୍ୟାଙ୍କ ସହାୟତାରେ ଭୁବନେଶ୍ବରରେ ‘ବିଶ୍ବ ଦକ୍ଷତା ​କେନ୍ଦ୍ର‌’ ପ୍ରତିଷ୍ଠା କରାଯିବ। ଏଥିପାଇଁ ୨୨୦ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

Comments are closed.