ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ଚମ୍ପିଆନସିପ୍‌ ଆଜିଠାରୁ

ଭୁବନେଶ୍ବର : ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ଓ ଧର୍ମଶାଳା କ୍ରୀଡ଼ା ପରିଷଦିର ମିଳିତ ସହଯୋଗରେ ଯାଜପୁର ଜିଲା ଜାରକାର କଳ୍ପତରୁ ଦାସ ମିନି ଷ୍ଟାଡ଼ିୟମରେ ବୁଧବାରରୁ ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା ଖେଳାଯିବ। ଏଥିରେ ରେଭେନ୍‌ସା କ୍ରିକେଟ କ୍ଲବ୍‌, ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଅନୁଗୋଳ, କୋରାପୁଟ, ରାଇଜିଂଷ୍ଟାର କ୍ରିକେଟ କ୍ଲବ ବରଗଡ଼, ମାରାମ୍ବୁରୁ କ୍ରିକେଟ କ୍ଲବ ମୟୁରଭଞ୍ଜ, ଘଟଗାଁ ତାରେଣୀ କ୍ରିକେଟ କ୍ଲବ କେନ୍ଦୁଝର, ବାଲେଶ୍ବର, ଯାଜପୁର କ୍ରିକେଟ ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ର ଶ୍ରେଷ୍ଠ ଦଳ ଫାଇନାଲକୁ ଉନ୍ନୀତ ହେବେ। ୨୬ରେ ଫାଇନାଲ ମ୍ୟାଚ ଖେଳାଯିବ। ଏଥିରୁ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାରକରି ଜାତୀୟ ନାଗେସ ଟ୍ରଫି ପାଇଁ ଓଡ଼ିଶା ଦଳ ମନୋନୟନ କରାଯିବ ବୋଲି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘର ସଭାପତି ମହମ୍ମଦ ଜାଫର ଇକବାଲ ଜଣାଇଛନ୍ତି।

Comments are closed.