ସ୍ଥାୟୀ ଜମା ସୁଧହାର କମାଇଲା ​‌ଏସ୍‌ବିଆଇ

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ଏହାର ବିଭିନ୍ନ ଅବଧି ବିଶିଷ୍ଟ ସ୍ଥାୟୀ ଜମା ଖାତାର ସୁଧହାରରେ ହ୍ରାସ ଘଟାଇଛି । କରୋନା ଭୂତାଣୁ ଯୋଗୁଁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ପୂର୍ବରୁ ବ୍ୟାଙ୍କ ସ୍ଥାୟୀ ଜମା ଖାତାରେ ଯେତିକି ସୁଧହାର ପ୍ରଦାନ କରୁଥିଲା ଏବେ ସେଥିରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ନୂଆ ସୁଧହାର ବୁଧବାରଠାରୁ ଲାଗୁ ହୋଇଛି। ଏହାଫଳରେ ​‌୭ଦିନଠାରୁ ଆରମ୍ଭ କରି ୪୫ ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପ​‌ରେ ଗ୍ରାହକ ପୂର୍ବର ୩.୩% ପରିବର୍ତ୍ତେ ୨.୯% ସୁଧହାର ପାଇବେ। ସେହିଭଳି ୧ ବର୍ଷରୁ ୩ ବର୍ଷ ମଧ୍ୟରେ ଅବଧି ପାଇଁ ସ୍ଥାୟୀ ଜମା ସୁଧ ହାର ୫.୫%ର ୫.୧%କୁ ହ୍ରାସ ଘଟିଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ ଘଟାଇଥିଲା। ଏହି ଅନୁକ୍ରମରେ ଆଜି ​‌ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ସୁଧହାରରେ ହ୍ରାସ ଘୋଷଣା କରାଯାଇଛି।

Comments are closed.