ରାଜ୍ୟ ତୀରନ୍ଦାଜୀ ଚମ୍ପିଆନ୍‌ସିପ ଉଦ୍‌ଯାପିତ : ୬ସ୍ବର୍ଣ୍ଣ ସହ ୧୬ ପଦକ ପାଇ କିସ୍‌ ଦଳଗତ ଚମ୍ପିଆନ୍

କଟକ : ଓଡ଼ିଶା ତୀରନ୍ଦାଜୀ ଆସୋସିଏସନ୍‌ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୨୨ତମ ରାଜ୍ୟ ତୀରନ୍ଦାଜୀ ପ୍ରତିଯୋଗିତା ରବିବାର ଉଦ୍‌ଯାପନ ହୋଇଛି। ଭୁବନେଶ୍ବରର କିସ୍‌ ପ୍ରତିଯୋଗିତାରେ ଦଳଗତ ଚମ୍ପିଆନ୍ ହୋଇଛି। କିସ୍ ୬ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୫ ବ୍ରୋଞ୍ଜ୍‌ ପଦକ ପାଇ ଶୀର୍ଷରେ ରହିଛି। ମୋଟ ୪ ଜଣ ତୀରନ୍ଦାଜ ୨ଟି ଲେଖାଏଁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେମାନେ ହେଲେ ଲଳିତା ଖଣ୍ଡପାଟ, ମନଶ୍ବରୀ ହା˚ସଦା (ଉଭୟ କିସ୍‌) ମମିତା ଓରାମ ଓ ପ୍ରୀତି ଓରାମ (ଉଭ​ୟେ ସାଇ ସୁନ୍ଦରଗଡ଼)। ଅନ୍ତିମ ଦିନରେ ସୁନ୍ଦରଗଡ଼ର ପ୍ରଭାତ ମିଞ୍ଜ୍‌ ପୁରୁଷ ରିକର୍ଭରେ ଆନ୍ତର୍ଜାତିକ ତୀରନ୍ଦାଜ ରଞ୍ଜିତ ନାଏକଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଶେଷ ଦିନ ସିନିୟର ବିଭାଗ କମ୍ପାଉଣ୍ଡ୍‌ ପୁରୁଷ ବିଭାଗରେ ଦିବ୍ୟର˚ଜନ ମୁଣ୍ଡ ସ୍ବର୍ଣ୍ଣ, ଇର୍ମା ପଡ଼ିଆମି ରୌପ୍ୟ ଓ ଅଭିଷେକ ବରାଳ ବ୍ରୋଞ୍ଜ୍‌ ପଦକ ପାଇଛନ୍ତି। କମ୍ପାଉଣ୍ଡ୍‌ ମହିଳାରେ ପ୍ରୀତି ଓରାମ ସ୍ବର୍ଣ୍ଣ, ନାମସି ମୁଣ୍ଡା ରୌପ୍ୟ ଓ ଗୋଲାପ ନାଏକଙ୍କୁ ବ୍ରୋଞ୍ଜ୍; ରିକର୍ଭ ପୁରୁଷରେ ପ୍ରଭାତ ମିଞ୍ଜ୍‌ଙ୍କୁ ସ୍ବର୍ଣ୍ଣ, ରଞ୍ଜିତ ନାଏକଙ୍କୁ ରୌପ୍ୟ ଓ ପୁତକାର ସିଂହଙ୍କୁ ବ୍ରୋଞ୍ଜ୍, ମହିଳାରେ ବଲ୍ଲୀ ମାନସି˚ହଙ୍କୁ ସ୍ବର୍ଣ୍ଣ, ଚାନ୍ଦମଣି ମୁଣ୍ଡ୍‌ାଙ୍କୁ ରୌପ୍ୟ, ଇଣ୍ଡିଆନ୍‌ ରାଉଣ୍ଡ୍‌ ପୁରୁଷରେ ଗୋବର୍ଦ୍ଧନ ମିର୍ଦ୍ଧାଙ୍କୁ ସ୍ବର୍ଣ୍ଣ, ସୀମାଞ୍ଚଳ କାଡ୍ରାକାଙ୍କୁ ରୌପ୍ୟ, ରଘୁନାଥ ଜାଙ୍କାଙ୍କୁ ବ୍ରୋଞ୍ଜ୍‌, ମହିଳାରେ ଲଳିତା ଖଣ୍ଡପାଟଙ୍କୁ ସ୍ବର୍ଣ୍ଣ, ଜୟଲକ୍ଷ୍ମୀ ମଲ୍ଲିକଙ୍କୁ ରୌପ୍ୟ ଓ ଶକୁନ୍ତଳା ଶବରଙ୍କୁ ବ୍ରୋଞ୍ଜ୍‌ ପଦକ ମିଳିଛି। ସବ୍‌ଜୁନିୟର ବିଭାଗରେ କମ୍ପାଉଣ୍ଡ୍‌ ରାଉଣ୍ଡ୍‌ ବାଳକରେ ରାହୁଲ ମାଡ଼କାମୀଙ୍କୁ ସ୍ବର୍ଣ୍ଣ, ଭାଷ୍କର ଖିଲ୍ଲୋଙ୍କୁ ରୌପ୍ୟ, ଅନୀଲ ହୁଲୁକାଙ୍କୁ ବ୍ରୋଞ୍ଜ୍‌, ରିକର୍ଭ ରାଉଣ୍ତ ବାଳକରେ ସୋମନାଥ ହେମ୍ବ୍ରମଙ୍କୁ ସ୍ବର୍ଣ୍ଣ, ସୁରେଶ ଉଇକାଙ୍କୁ ରୌପ୍ୟ, କୃଷ୍ଣ ମୁଣ୍ତାଙ୍କୁ ବ୍ରୋଞ୍ଜ୍‌, ବାଳିକାରେ ମମିତା ଓରାମଙ୍କୁ ସ୍ବର୍ଣ୍ଣ, ପ୍ରଜ୍ଞା ଦଳାଇଙ୍କୁ ରୌପ୍ୟ, ଇଣ୍ଡିଆନ ରାଉଣ୍ଡ ବାଳକରେ ତ୍ରିନାଥ ମୁଣ୍ତାଙ୍କୁ ସ୍ବର୍ଣ୍ଣ, ନିଥନିୟାଲ ମଲ୍ଲିକଙ୍କୁ ରୌପ୍ୟ, ରତ୍ନ ମାଝୀଙ୍କୁ ବ୍ରୋଞ୍ଜ୍‌, ବାଳିକାରେ ମନଶ୍ବରୀ ହାସ˚ଦାଙ୍କୁ ସ୍ବର୍ଣ୍ଣ, ସୁଶୀଲା ପୂର୍ତ୍ତିଙ୍କୁ ରୌପ୍ୟ ଓ ସୁଶ୍ରୀ କୃଷ୍ଣମୟୀ ମହାକୁଡ଼କୁ ବ୍ରୋଞ୍ଜ୍‌ ପଦକ ମିଳିଛି।
ଓଡ଼ିଶା ତୀରନ୍ଦାଜୀ ଆସୋସିଏସନ୍‌ ଉପସଭାପତି ରବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ରାଜ୍ୟସଭା ସାଂସଦ ସୁବାସ ସିଂହ ମୁଖ୍ୟ ଅତିଥି ଥିଲେ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍‌ ସମ୍ପାଦକ ଅଭିଜିତ ପାଲ୍‌, ମୁରାର୍‌କା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ସୁନୀଲ କୁମାର ମୁରାର୍‌କା ଓ ଓଡ଼ିଶା ତୀରନ୍ଦାଜୀ ଆସୋସିଏସନ୍‌ ସମ୍ପାଦକ ଶ୍ରଦ୍ଦାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Comments are closed.