୫୦ ଲକ୍ଷ ନିକଟତର ଟିକାକରଣ : ଦ୍ରୁତ ଗତିରେ ବଢ଼ୁଛି ୪୫ବର୍ଷରୁ ଊର୍ଦ୍ଧ୍ବଙ୍କ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଟିକାକରଣ ବଢ଼ି ଚାଲିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ମିଶାଇ ରାଜ୍ୟରେ ୪୯ଲକ୍ଷ ୧ହଜାର ୯୭୫ ସଂଖ୍ୟକ ଟିକାକରଣ ହୋଇଛି। ଏଥିରୁ କେବଳ ୩୭ଲକ୍ଷ ୪୮ହଜାର ୯୨୩ ଜଣ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ୨ଲକ୍ଷ ୧୮ହଜାର ୨୬୧ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି। ଏହାବାଦ୍ ୩ଲକ୍ଷ ୧୯ହଜାର ୫୦୨ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ, ୨ଲକ୍ଷ ୬୬ ହଜାର ୯୭୩ ଦ୍ବିତୀୟ ଡୋଜ, ୧ଲକ୍ଷ ୯୫ହଜାର ୬୦୮ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ଏବଂ ୧ଲକ୍ଷ ୫୨ହଜାର ୭୦୮ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ତେବେ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କ କ୍ଷେତ୍ରରେ ଟିକାକରଣ ହାର ଦ୍ରୁତ ଗତିରେ ବଢ଼ୁଛି।
ଶୁକ୍ରବାର ୭୮୧ ଟି ଟିକାକରଣ କେନ୍ଦ୍ରରେ ୯୧ହଜାର ୧୯୫ଜଣଙ୍କୁ ଟିକା ଦିଆଯାଇଛି। ସେଥିରେ ୪୫ବର୍ଷରୁ ଊର୍ଦ୍ଧ୍ବ ୬୮ହଜାର ୧୧୯ଜଣ ପ୍ରଥମ ଡୋଜ ଏବଂ ୨୦ହଜାର ୨୭୭ ଦ୍ବିତୀୟ ଡୋଜ ନେଇଥିବାବେଳେ ଅବଶିଷ୍ଟ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧା ଉଭୟ ଡୋଜ ନେଇଛନ୍ତି।

Comments are closed.