ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୫ପଦକ

ବଲାଙ୍ଗୀର : ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୦ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ବଲାଙ୍ଗୀରର ପାଞ୍ଚ ଜଣ ବିଭିନ୍ନ ବର୍ଗରେ ଆକର୍ଷଣୀୟ ପ୍ରଦର୍ଶନ କରି ପଦକ ହାସଲ କରିଥିବା ଜଣାପଡିଛି। ବଲାଙ୍ଗୀରରେ ଅନୁଷ୍ଠିତ ହୋଇଥିବା ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ କ୍ୱାଲିଫାଇ କରି ସନ୍ତରଣକାରୀମାନେ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ସୂଚନା ଅନୁସାରେ, ବଲାଙ୍ଗୀର ଜିଲାରୁ ଅଂଶଗ୍ରହଣ କରିଥିବା ସୁରେଶ ପଧାନ ପୁରୁଷ ବ୍ରେଷ୍ଟ ଷ୍ଟୋକରେ ବ୍ରୋଞ୍ଚ ପଦକ, ଆୟୁଷ୍ମାନ ବଗର୍ତ୍ତି ବାଳକ ୨୦୦ମିଟର ବ୍ରିଷ୍ଟଷ୍ଟୋକରେ ବ୍ରୋଞ୍ଚ ପଦକ, ସାଏଲି ବାହୁକ ବାଳିକା ୧୦୦ମିଟର ପ୍ରିଷ୍ଟାଇଲରେ ବ୍ରୋଞ୍ଜ, କାଜୋଲ ରଣା ୧୦୦ମିଟର ଫ୍ରିଷ୍ଟାଇଲ ବ୍ରୋଞ୍ଜ ପଦକ ଓ ସୀମା ରାଉତ ବାଳିକା ବେକଷ୍ଟୋକରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଜଣାପଡିଛି। ପୂର୍ବରୁ ଜିଲାରୁ ପ୍ରତିନିଧୀତ୍ୱ କରୁଥିବା ପ୍ରତିଯୋଗୀମାନଙ୍କୁ ଏତେସଂଖ୍ୟକ ପଦକ ହାସଲ କରୁନଥିବା ବେଳେ ଚଳିତ ବର୍ଷ ସନ୍ତରଣକାରୀ ମାନେ ଭଲ ପ୍ରଦର୍ଶନ କରିଥିବାରୁ ସମସ୍ତଙ୍କୁ ଜିଲା ସନ୍ତରଣ ସଂଘ ତରଫରୁ ଜିଲା ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଶୁଭେଚ୍ଚା ଜଣାଇଛନ୍ତି। ତେବେ ବଲାଙ୍ଗୀରରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ସନ୍ତରଣାଭ୍ୟାସ ଶିବିର ପ୍ରତିଯୋଗୀମାନଙ୍କ ପାଇଁ ସହାୟକ ହୋଇଥିବା ସେ କହିଛନ୍ତି। ଏହା ସହିତ ଖୁବଶୀଘ୍ର ବଲାଙ୍ଗିରରେ ମାଷ୍ଟର ସ୍ୱିମିଂ ଚମ୍ପିୟାନସିପ ବଲାଙ୍ଗୀରରେ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲା ସନ୍ତରଣ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.