ପ୍ରୋ କବାଡ଼ି ଲିଗ୍‍ର ୬ଷ୍ଠ ସଂସ୍କରଣ ଆରମ୍ଭ

0

ଚେନ୍ନଇ : ରବିବାର ପ୍ରୋ କବାଡ଼ି ଲିଗ୍‍ର ୬ଷ୍ଠ ସଂସ୍କରଣ ଆରମ୍ଭ ହୋଇଛି। ଏହାର ପ୍ରଥମଦିନରେ ତାମିଲ ଥାଲାଇଭାସ୍‍ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‍ ଟାଇ ରହିଛି। ପ୍ରଥମ ମ୍ୟାଚ୍‍ରେ ତାମିଲ ଥାଲାଇଭାସ୍‍ ୪୨-୨୬ ପଏଣ୍ଟରେ ପାଟନା ପାଇରେଟ୍‍ସକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ତାମିଲ ଥାଲାଇଭାସ୍‍ ୨୬-୮ ପଏଣ୍ଟରେ ଆଗୁଆ ରହିଥିଲା। ତାମିଲ ଥାଲାଇଭାସ୍‍ ପାଇଁ ଅଜୟ ଠାକୁର ୧୪ ଓ ସୁରଜିତ ସିଂହ ୭ ପଏଣ୍ଟ ସ୍କୋର୍‍ କରିଥିଲେ। ପାଟନା ପାଇରେଟ୍‍ସ ପାଇଁ ପ୍ରଦୀପ ନରୱାଲ ୧୧ ଓ ମନ୍‍ଜିତ ୭ ପଏଣ୍ଟ ପାଇଥିଲେ। ପୁନେରି ପଲ୍‍ଟନ ଓ ୟୁ ମୁମ୍ବା ମଧ୍ୟରେ ୨ୟ ମ୍ୟାଚ୍‍ ୩୨-୩୨ ପଏଣ୍ଟରେ ଟାଇ ରହିଛି। ପ୍ରଥମାର୍ଦ୍ଧରେ ୟୁ ମୁମ୍ବା ୨୦-୧୮ ପଏଣ୍ଟରେ ଆଗୁଆ ରହିଥିଲା। ପୁନେରି ପଲ୍‍ଟନ ପାଇଁ ନୀତୀନ ତୋମାର ୧୫ ଏବଂ ମୋନୁ ଓ ଗିରୀଶ ୫ ପଏଣ୍ଟ ଲେଖାଏଁ ସ୍କୋର୍‍ କରିଥିଲେ। ୟୁ ମୁମ୍ବା ପାଇଁ ସିଦ୍ଧାର୍ଥ ଦେଶାଇ ୧୪ ଓ ଇରାନ୍‍ର ଖେଳାଳି ଫାଜେଲ ଆତ୍ରାଚାଲି ୫ ପଏଣ୍ଟ ସ୍କୋର୍‍ କରିଥିଲେ। ସୋମବାର ପୁନେରି ପଲ୍‍ଟନ-ହରିୟାଣା ଷ୍ଟିଲର୍ସ ଏବଂ ତାମିଲ ଥାଲାଇଭାସ୍‍ ଓ ୟୁପି ଯୋଦ୍ଧାଜ୍‍ ମଧ୍ୟରେ ମୁକାବିଲା ହେବ।

Leave A Reply