ଡିସିଆଇଏଲ୍‍ର ଶତ ପ୍ରତିଶତ ଅଂଶଧନ ବିକିବେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଡ୍ରେଜିଂ କର୍ପୋରେସନ୍‍ ଅଫ୍‍ ଇଣ୍ଡିଆ ଲିମିଟେଡ୍‍(ଡିସିଆଇଏଲ୍‍)ର ଶତ ପ୍ରତିଶତ ସରକାରୀ ଅଂଶଧନ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ଗୁରୁବାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି। ଡିସିଆଇଏଲ୍‍ରେ କେନ୍ଦ୍ର ସରକାରଙ୍କ ୭୩.୪୪% ଅଂଶଧନ ରହିଛି।
କେନ୍ଦ୍ର କ୍ୟାବିନେଟ୍‍ର ନିଷ୍ପତ୍ତି ଅନୁଯାୟୀ, ଡିସିଆଇଏଲ୍‍ର ଅଂଶଧନ ଭାରତର ୪ଟି ବନ୍ଦରକୁ ନେଇ ଗଠିତ କନ୍‍ସୋର୍ଟିୟମକୁ ବିକ୍ରି କରାଯିବ। ଏହି କନ୍‍ସୋର୍ଟିୟମରେ ପାରାଦୀପ ପୋର୍ଟ ଟ୍ରଷ୍ଟ ମଧ୍ୟ ରହିଛି। ଅନ୍ୟ ତିନିଟି ବନ୍ଦର ହେଲା ବିଶାଖାପଟ୍ଟନମ୍‍ ପୋର୍ଟ, ଜୱାହରଲାଲ୍‍ ନେହରୁ ପୋର୍ଟ ଟ୍ରଷ୍ଟ, କାଣ୍ଡଲା ପୋର୍ଟ ଟ୍ରଷ୍ଟ। ସମ୍ପୂର୍ଣ୍ଣ ସରକାରୀ ପୁଞ୍ଜି ପ୍ରତ୍ୟାହାର ପରେ ବନ୍ଦର କର୍ତ୍ତୃପକ୍ଷ କମ୍‍ ଖର୍ଚ୍ଚରେ ଓ ଉନ୍ନତ କାର୍ଯ୍ୟକ୍ରମ ଜାରି ରଖିପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଥିସହିତ ଏହି ଡ୍ରେଜିଂ(ଖନନ) କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ତ୍ୱରାନ୍ୱିତ ହୋଇପାରିବ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପାରାଦୀପ ବନ୍ଦର ଅଞ୍ଚଳରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି।

Leave A Reply