ଫୁଲବାଣୀ ଷ୍ଟାଫନର୍ସ ଆତ୍ମହତ୍ୟା ଘଟଣାର ବଦଳିଲା ମୋଡ଼: ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ, କୋର୍ଟ ଚାଲାଣ

ଫୁଲବାଣୀ: ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫନର୍ସ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣାର ମୋଡ ବଦଳିଛି। ମୃତ ଷ୍ଟାଫନର୍ସଙ୍କ ପିତା ଶିବପ୍ରସାଦ ମିଶ୍ରଙ୍କ ଅଭିଯୋଗ ପ୍ରକାରେ, ଫୁଲବାଣୀ ଟାଉନ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହିତ ସ୍ୱାମୀ ରମାକାନ୍ତ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀଙ୍କ ସୂତ୍ରରୁ ଜଣାପଡିଛି।

ଘଟଣା ପ୍ରକାରେ, ଗତ ୨୧ ତାରିଖ ସନ୍ଧ୍ୟାରେ ଫୁଲବାଣୀ ଜି.ଇ.ଡି କଲୋନୀରେ ରହୁଥିବା ମୌସୁମୀ ମିଶ୍ର ନାମକ ଜଣେ ଷ୍ଟାଫନର୍ସ ତାଙ୍କର କାର୍ଯ୍ୟରେ ସାମିଲ୍‍ ହେବାପାଇଁ ନିଜର ନର୍ସ ୟୁନିଫର୍ମ ପିନ୍ଧି ପ୍ରସ୍ତୁତ ହୋଇ ହସପିଟାଲକୁ ଯିବାକୁ ବାହାରି ଥିବା ବେଳେ ତାଙ୍କର ସ୍ୱାମୀ ରମାକାନ୍ତଙ୍କ ସହିତ କୌଣସି କାରଣରୁ ଝଗଡା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସେଦିନ ରାତି ୯ଟା ସମୟରେ ମୌସୁମୀଙ୍କୁ ତାଙ୍କ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସ୍ୱାମୀ ଓ ପରିବାର ଲୋକେ ମୌସୁମୀ ଆତ୍ମହତ୍ୟା କରିଥିବା କହିଥିଲେ। ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ୫୦ା୨୦ ରୁଜ୍‍ୁ କରି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଥିଲା। ତେବେ ଶବ ବ୍ୟବଚ୍ଛେଦ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ବହୁ ସଂଖ୍ୟାରେ ଫୁଲବାଣୀ ଷ୍ଟାଫନର୍ସ ମାନେ ଦାବୀ କରିବା ସହିତ ଶବ ଛାଡ଼ିନଥିଲେ। ଦୀର୍ଘ ୩ ଘଂଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ସହିତ ଶବ୍ୟବଚ୍ଛେଦ ଗୃହରୁ ଶବକୁ ଶ୍ମସାନକୁ ନେବାକୁ ଦେଇ ନଥିଲେ। ଦୀର୍ଘ ସମୟ ଧରି ପୋଲିସ ଅଧିକାରୀ ମାନେ ବୁଝାସୁଝା କରିବା ସହିତ ତଦନ୍ତର ପ୍ରତିଶୃତି ପରେ ଆନ୍ଦୋଳନ ହଟିବା ସହିତ ଖୋଦ୍‍ ନର୍ସ ମାନେ ମଧ୍ୟ ମିଳିତ ଭାବେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ପୁଲିସ୍‍ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏକ ସ୍ୱତନ୍ତ୍ର ଟିମ୍‍ ମୃତ ମୌସିମୀଙ୍କ ନିଜ ଗ୍ରାମ ଢେଙ୍କାନାଳ ଜିଲା ଅନ୍ତର୍ଗତ ମହାଲି ପ୍ରସାଦ ଗ୍ରାମରେ ପହଞ୍ଚି ମୌସୁମୀଙ୍କ ବାପା ଶିବପ୍ରସାଦ ମିଶ୍ରଙ୍କ ଘଟଣା ସଂପର୍କରେ ଅବଗତ କରିବା ପରେ ଏନେଇ ବାପା ଶିବପ୍ରସାଦ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଏକ ଅଭିଯୋଗ ଦେବାପରେ ପୋଲିସ କେସ ନଂ ୧୩୭/୨୦ରେ ଏକ ହତ୍ୟା ମାମଲା ରଜୁକରି ସ୍ୱାମୀ ରମାକାନ୍ତ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି। ତେବେ ଏହି ଘଟଣା ସେହି ସମୟରେ ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

 

Comments are closed.