ମହାରାଷ୍ଟ୍ର ରାଜ୍ୟପାଳଙ୍କ ବାସଭବନର ୧୬ କର୍ମଚାରୀ କରୋନା ପଜିଟିଭ

ମୁମ୍ବଇ : ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂହ କୋଶୟାରୀଙ୍କ ବାସଭବନରେ କାର୍ଯ୍ୟକରୁଥିବା ୧୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ରବିବାର ଜଣାପଡ଼ିଛି। ସମସ୍ତ କର୍ମଚାରୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏହାସହ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କୂ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ଆବଶ୍ୟକ ପଡ଼ିଲେ ରାଜ୍ୟପାଳଙ୍କ ମଧ୍ୟ ସ୍ୱାବ ନମୁନା ପରୀକ୍ଷା କରାଯିବ। ରାଜ୍ୟପାଳ ବର୍ତମାନ ଆଇସୋଲେସନରେ ରହିଛନ୍ତି ବୋଲି ଜଣାପଡ଼ିଛି। ବିଏମସି ପକ୍ଷରୁ କୁହାଯାଇଛି ୧୦୦ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ପଜିଟିଭ ଆସିଛି।

Comments are closed.