ଷ୍ଟ୍ରବେରୀ କୋକନଟ ଲସୀ

ଆବଶ୍ୟକ ସାମଗ୍ରୀ
ଷ୍ଟ୍ରବେରୀ – ୪କପ
ଦହି – ୧କପ
ନଡ଼ିଆ ରସ – ୧କପ
ନଡ଼ିଆକୋରା ଗୁଣ୍ଡ- ୨ଚାମଚ
ଚିନି – ୨ଚାମଚ
ଗୋଲାପ ଜଳ – ଅଳ୍ପ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଷ୍ଟ୍ରବେରୀକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଦହି, ଷ୍ଟ୍ରବେରୀ, ନଡ଼ିଆ ରସ, ଗୋଲାପ ଜଳ, ନଡ଼ିଆଗୁଣ୍ଡ,ଚିନି,ବରଫ ଖଣ୍ଡ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସକୁ କାଢି ପିଅନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଷ୍ଟ୍ରବେରୀ କୋକନଟ ଲସୀ।

Comments are closed.