୪ଜିଲାପାଳଙ୍କ ବଦଳି

0

ଭୁବନେଶ୍ୱର : ଜିଲାପାଳ ସ୍ତରରେ ସାମାନ୍ୟ ଅଦଳବଦଳ କରାଯାଇଛି। ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମିନାଙ୍କୁ ସୁନ୍ଦରଗଡ଼ ଜିଲାପାଳ ଭାବେ ବଦଳି କରାଯାଇଥିବାବେଳେ ସୁନ୍ଦରଗଡ଼ ଜିଲାପାଳ ବିନିତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ ଜିଲାପାଳ ଭାବେ ବଦଳି କରାଯାଇଛି। ନୟାଗଡ଼ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ବଲାଙ୍ଗିର ଜିଲାପାଳ ଭାବେ ବଦଳି କରାଯାଇଥିବାବେଳେ ବଲାଙ୍ଗିର ଜିଲାପାଳ ଏନ.ତିରୁମାଳା ନାଏକଙ୍କୁ ନୟାଗଡ଼ ଜିଲାପାଳ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply