ଶ୍ରୁତିଙ୍କ ସ୍ପଷ୍ଟୋକ୍ତି

ପିଲାଦିନରୁ ବାପା କମଲ୍ ହାସନ୍ ଓ ମା’ ସାରିକାଙ୍କ ସହ ସୁଟିଂ ସେଟ୍‌କୁ ଯାଉଥିଲେ ଶ୍ରୁତି ହାସନ୍। ସିନେଜଗତରେ କ୍ୟାରିୟର ଗଢ଼ିବାର ଇଚ୍ଛା ମଧ୍ୟ ମନରୁ ସେଇ ସମୟରେ ଆରମ୍ଭ ହୋଇଥିଲା। କମଲ୍ ହାସନ୍‌ଙ୍କ ପରି ଦକ୍ଷ କଳାକାରଙ୍କ ଝିଅ ହୋଇଥିବାରୁ ଭଲଭଲ ପ୍ରୋଜେକ୍ଟ ତାଙ୍କ ହାତକୁ ଆସିଥିଲା। ହେଲେ ଅଧିକାଂଶର ଲୁକ୍‌-ଟେଷ୍ଟରେ ହିଁ ସେ ଫେଲ୍ ହୋଇଥିଲେ। ବାପାଙ୍କ ପରିଚୟ ସେସବୁ ସ୍ଥାନରେ କୌଣସି ପ୍ରତିକ୍ରିୟା ପକାଇପାରିନଥିଲା ବୋଲି ଶ୍ରୁତି କହିଛନ୍ତି। ସିନେଜଗତରେ ତାଙ୍କର ୧୦ ବର୍ଷ ଅତିବାହିତ ହୋଇଗଲାଣି ହେଲେ ଆଜିଯାଏଁ ସେ ବ୍ଲକ୍‌ବଷ୍ଟର୍‌ ହିଟ୍ ଦେଇପାରିନାହାନ୍ତି। ୩୪ ବର୍ଷୀୟା ଶ୍ରୁତି ଦକ୍ଷିଣ ସିନେଜଗତରେ ତାଙ୍କ ସ୍ଥାନକୁ ସୁରକ୍ଷିତ ରଖିଛନ୍ତି କିନ୍ତୁ ବଲିଉଡ ଦୌଡ଼ରେ ସେ ଆଗକୁ ବଢ଼ିପାରୁନଥିବାର ପ୍ରକାଶ। ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାର କଳା ସମସ୍ତଙ୍କର ନଥାଏ। ଏକଥା ପିଲାଦିନୁ ବାପା ତାଙ୍କୁ କହିଆସୁଥିବାର ଶ୍ରୁତି କହିଛନ୍ତି। ସବୁ ସମୟରେ କଳାକାରର ପ୍ରତିଭାକୁ ସିନେଜଗତ ଅଗ୍ରାଧିକାର ଦେଇଥିବାର ଶ୍ରୁତିଙ୍କ ଦାବି।

Comments are closed.