ନାରୀଙ୍କ ପାଇଁ ଆବଶ୍ୟକ ଷୋହଳ ଶୃଙ୍ଗାର

0

ନବରାତ୍ରୀରେ ମାଆ ଦୁର୍ଗାଙ୍କର ବିଶେଷ ପୂଜା କରାଯାଇଥାଏ। ନବରାତ୍ରୀର ନଅ ଦିନରେ ଭକ୍ତମାନେ ମାଆଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରିଥାନ୍ତି। ମା ଦୁର୍ଗାଙ୍କ ଷୋହଳ ଶୃଙ୍ଗାରର ବହୁତ ମହତ୍ତ୍ୱ ରହିଛି। ମହିଳା ଓ ଝିଅମାନେ ମଧ୍ୟ ଷୋହଳ ଶୃଙ୍ଗାର କରିଥାନ୍ତି। ଆସନ୍ତୁ ଜାଣିବା ଏପରି କରିବାର କ’ଣ କାରଣ ରହିଛି ..
ଝିଅ ଓ ବୋହୂ ମାନେ ଷୋହଳ ଶୃଙ୍ଗାର କରିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବୃଦ୍ଧି ହୋଇଥାଏ। ଶୃଙ୍ଗାର କରିବା ଦ୍ୱାରା ମହିଳାମାନେ ସୁନ୍ଦର ଦେଖା ଯିବା ସହ ଭାଗ୍ୟର ଉନ୍ନତି ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଷୋହଳ ଶୃଙ୍ଗାର କହିଲେ କେଉଁ ସବୁ ଦ୍ରବ୍ୟକୁ ବୁଝାଇଥାଏ ..ବିନ୍ଦି: କୁକୁମ କିମ୍ବା ବିନ୍ଦି ମଥାରେ ଲଗାଇବା ଶୁଭ ଅଟେ। ବିବାହିତ ମହିଳାମାନେ ମଥାରେ ଲାଲ ରଙ୍ଗର ସିନ୍ଦୁର ଓ ବିନ୍ଦି ଲଗାଇବା ଉଚିତ।
ସିନ୍ଦୁର: ସିନ୍ଦୁରକୁ ବିବାହିତ ନାରୀମାନଙ୍କ ମୁଖ୍ୟ ଆଭୂଷଣ କୁହାଯାଏ। ଏହାଦ୍ୱାରା ସ୍ୱାମୀଙ୍କର ଆୟୂଷ ବୃଦ୍ଧି ହୋଇଥାଏ।
କଜଳ: ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ଆଖି ଦ୍ୱାରା ହୋଇଥାଏ। ଆଖିରେ କଜଳ ଲଗାଇବା ଦ୍ୱାରା ଏହା ଅଧିକ ସୁନ୍ଦର ଦେଖାଯାଇଥାଏ। ଏହାସହ କଜଳ ଲଗାଇବା ଦ୍ୱାରା ଖରାପ ଦୃଷ୍ଟି ମଧ୍ୟ ପଡି ନଥାଏ।ମେହେନ୍ଦି: ମେହେନ୍ଦି ଲଗାଇବା ବିବାହିତ ନାରୀମାନଙ୍କ ପ୍ରତୀକ ଅଟେ। ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ମହିଳାମାନେ ନିଜ ହାତ ଓ ପାଦରେ ମେହେନ୍ଦି ଲଗାଇଥାନ୍ତି। ନବ ବିବାହିତ ବୋହୂ ହାତରେ ମେହେନ୍ଦି ଅଧିକ ଗାଢ ହୋଇଥାଏ। ଏହାଦ୍ୱାରା ତାଙ୍କ ସ୍ୱାମୀ ତାଙ୍କୁ ଅଧିକ ଭଲ ପାଇଥାନ୍ତି ବୋଲି କୁହାଯାଏ।
ଲାଲ ରଙ୍ଗର ପୋଷାକ: ମା ଦୁର୍ଗାଙ୍କୁ ଲାଲ ରଙ୍ଗ ଅତ୍ୟନ୍ତ ପ୍ରିୟ ଅଟେ। ମା’ଙ୍କୁ ପ୍ରସନ୍ନ କରିବା ପାଇଁ ନବରାତ୍ରୀରେ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ।ଗଜରା: ଚୁଟିରେ ଗଜରା ଲଗାଇବା ଦ୍ୱାରା ତାହା ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ମା’ଙ୍କୁ ମଲ୍ଲୀ ଫୁଲର ଗଜରା ଅଧିକ ପ୍ରିୟ ଅଟେ। ତେଣୁ ଚୁଟିରେ ଖୋସା କରି ଗଜରା ଲଗାନ୍ତୁ।
ମଥା ସିନ୍ଥି: ମଥାର ମଝିରେ ସିନ୍ଥି ଲଗାଇବା ଦ୍ୱାରା ମହିଳାମାନେ ଅଧିକ ସୁନ୍ଦର ଦେଖାଯାଆନ୍ତି। ବିବାହିତ ନାରୀମାନେ ମଥାରେ ସିନ୍ଦୁର ଲଗାଇ ସିନ୍ଥି ଲଗାଇବା ଉଚିତ। ଏପରି କରିବା ଦ୍ୱାରା ଜୀବନରେ ସୁଖଶାନ୍ତି ବଜାୟ ରହିଥାଏ।
ନାକର: ବିବାହିତ ନାରୀମାନେ ନାକର ଲଗାଇବା ଦ୍ୱାରା ଅଧିକ ସୁନ୍ଦର ଲାଗନ୍ତି। ମହିଳାମାନେ ବିଶେଷ କରି ଛୋଟ ନାକର ଲଗାଇବାକୁ ପସନ୍ଦ କରନ୍ତି।କାନ ଫୁଲ: କାନ ଫୁଲ ପିନ୍ଧିବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଏତଦବ୍ୟତୀତ ଏହି କାରଣରୁ ଝିଅମାନଙ୍କ ବିବାହ ପରେ ଶାଶୂ ଘର ଲୋକଙ୍କ ଶତ୍ରୁ ସଂଖ୍ୟା କମିଯାଏ।
ବ୍ରତ: ବିବାହ ପରେ ପ୍ରତ୍ୟେକ ମହିଳା ବ୍ରତ ପିନ୍ଧିଥାନ୍ତି। ଏହାକୁ ବାହୁରେ ପିନ୍ଧା ଯାଇଥାଏ। ବ୍ରତ ପିନ୍ଧିବା ଦ୍ୱାରା ପରିବାରରେ ଧନବୃଦ୍ଧି ହୋଇଥାଏ।
ଚୁଡି: ଚୁଡି ବିବାହିତ ନାରୀମାନଙ୍କ ପ୍ରତୀକ ଅଟେ। ବିବାହିତ ନାରୀମାନେ ହାତରେ ସର୍ବଦା ଚୁଡି ପିନ୍ଧିବା ଉଚିତ। ଚୁଡି ରଙ୍ଗର ମଧ୍ୟ ଅନେକ ବିଶେଷ ମହତ୍ତ୍ୱ ରହିଛି। ମହିଳାମାନେ ଲାଲ ରଙ୍ଗର ଚୁଡି ପିନ୍ଧିବା ଦ୍ୱାରା ବିବାହ ପରେ ଖୁସି ରହିବା ସହ ପ୍ରତ୍ୟେକ ସନ୍ତୁଷ୍ଟ ହୋଇଥାନ୍ତି।ମୁଦି: ବିବାହ ପୂର୍ବରୁ ଉଭୟ ପୁଅ ଓ ଝିଅଙ୍କର ନିର୍ବନ୍ଧ ହୋଇଥାଏ। ସେହି ମୁଦିକୁ ହାତର ତର୍ଜନୀ ଆଙ୍ଗୁଠୀରେ ଧାରଣ କରାଯାଇଥାଏ। ବିବାହ ପରେ ମଧ୍ୟ ହାତରେ ମୁଦି ଧାରଣ କରିବା ଦ୍ୱାର ପରସ୍ପର ପ୍ରତି ଭଲ ପାଇବା ଓ ବିଶ୍ୱାସ ବଢିଥାଏ।
ଅଣ୍ଟା ବିଛା: ଅଣ୍ଟା ବିଛା ମଧ୍ୟ ମହିଳାମାନଙ୍କର ଏକ ଆଭୂଷଣ ଅଟେ। ଏହାକୁ ମହିଳାମାନେ ବିବାହ ପରେ ପିନ୍ଧିଥାନ୍ତି। ନବ ବିବାହିତା ମାନେ ଅଣ୍ଟାରେ ଚାବି ମଧ୍ୟ ଲଗାଇଥାନ୍ତି। ଏପରି କରିବା ଦ୍ୱାରା ସଧବା ମାନେ ନିଜ ଘରର ମୁଖ୍ୟ ଭାବେ ପରିଗଣିତ ହୋଇଥାନ୍ତି।ମଙ୍ଗଳ ସୂତ୍ର: ବିବାହିତ ମହିଳାମାନେ ମଙ୍ଗଳ ସୂତ୍ର ପିନ୍ଧିଥାନ୍ତି। ଏହା ବିବାହିତ ନାରୀଙ୍କ ପ୍ରମୁଖ ଆଭୂଷଣ ଅଟେ। ନାରୀମାନେ ମଙ୍ଗଳ ସୂତ୍ର ପିନ୍ଧିବା ଦ୍ୱାରା ସ୍ୱାମୀଙ୍କ ଆୟୂଷ ବୃଦ୍ଧି ହୋଇଥାଏ। ମଙ୍ଗଳ ସୂତ୍ରରେ ଥିବା କଳା ମାଳି ଦ୍ୱାରା କୁଦୃଷ୍ଟିର ପ୍ରଭାବ କମ ହୋଇଥାଏ।
ଗୋଡ ମୁଦି: ପାଦର ପ୍ରଥମ ଓ ଶେଷ ଆଙ୍ଗୁଠୀକୁ ଛାଡି ଅନ୍ୟ ତିନୋଟିରେ ମୁଦି ପିନ୍ଧା ଯାଇଥାଏ। ବିବାହ ସମୟରେ ଝିଅ ଯେତେବେଳେ ଶିଳପୁଆରେ ଗୋଡ ରଖିଥାଏ ସେତେବେଳେ ଭାଉଜ ମୁଦି ପିନ୍ଧାଇଥାନ୍ତି। ଏପରି କରିବା ଦ୍ୱାରା ଶାଶୁ ଘରେ ତାଙ୍କୁ ଲକ୍ଷ୍ମୀ ରୂପେ ବିବେଚନା କରିଥାନ୍ତି।ପାଉଁଜି: ପାଦରେ ପାଉଁଜି ପିନ୍ଧିବା ଦ୍ୱାରା ତାହା ଅଧିକ ସୁନ୍ଦର ଦେଖା ଯାଇଥାଏ। ପାଦରେ ସର୍ବଦା ଚାନ୍ଦିର ପାଉଁଜି ପିନ୍ଧିବା ଉଚିତ। ଭୁଲରେ କେବେ ବି ପାଦରେ ସୁନାର କୌଣସି ଆଭୂଷଣ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ।

Leave A Reply