ଶାହରୁଖଙ୍କ ଭିଡିଓକୁ ମୋଦୀଙ୍କ ପ୍ରଶଂସା

ମୁମ୍ବଇ : ବଲିଉଡ଼ର କିଙ୍ଗଖାନ ଶାହରୁଖ ଖାନ ତାଙ୍କର ଟ୍ବିଟର ଆକାଉଣ୍ଟରେ ଭୋଟକୁ ନେଇ ଏକ ଭିଡିଓ ଅପଲୋଡ କରିଥିଲେ। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିନ୍ତି। ଶାହରୁଖଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶାହରୁଖଙ୍କର ଏହି ମେସେଜ ଦ୍ବାରା ସାଧାରଣ ଜନତା ବେଶ ପ୍ରଭାବିତ ହେବେ। ଅଭିନେତାଙ୍କ ଏଭଳି ପ୍ରୟାସ ବେଶ ପ୍ରଂସସନୀୟ ବୋଲି ମୋଦୀ କହିଛନ୍ତି।
ସୂଚନା ମୁତାବକ, ଶାହରୁଖ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ଲୋକମାନଙ୍କୁ ଭୋଟ ଦେବାପାଇଁ ଗୀତଗାଇ ନିବେଦନ କରିଛନ୍ତି। ଏକ ମିନିଟର ଏହି ଗୀତକୁ ଶାହରୁଖ ନିଜେ କଣ୍ଠଦାନ କରିଛନ୍ତି।

Comments are closed.