ଶ୍ରୀନଗରରେ ବର୍ଷର ସବୁଠୁ ଥଣ୍ଡା ରାତି: ରବିବାର ପାରଦ ବିଯୁକ୍ତ ୩ ଡ଼ିଗ୍ରୀ

ଶ୍ରୀନଗର: ରବିବାର ଶ୍ରୀନଗରରେ ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ଗଣା ଯାଇଛି । ରବିବାର ରାତିରେ ପାରଦ ବିଯୁକ୍ତ ୩ ଡ଼ିଗ୍ରୀରେ ପହଞ୍ଚିଛି ।

ଜମ୍ମୁ-କଶ୍ମୀର ଏବଂ ଲଦାଖ ୟୁନିୟନ ଅଞ୍ଚଳ ପାଇଁ ନିଯୁକ୍ତ ପାଣିପାଗ ନିର୍ଦ୍ଦେଶକ ସୋନମ ଲୋଟସ୍ କହିଛନ୍ତି ଯେ ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା ଆଜି – ୩.୦ (ମାଇନସ ୩) ଡିଗ୍ରୀ ସେଲସିୟସ୍ ଥିଲା, ଯାହା ଚଳିତ ସିଜନରେ ଏପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା । ରବିବାର ସକାଳେ ଶୀତଳ ପବନ ପ୍ରବାହିତ ହେଉଥିଲା, ତେଣୁ ପ୍ରବଳ ଥଣ୍ଡାକୁ ଏଡାଇବା ପାଇଁ ଅଧିକାଂଶ ସ୍ଥାନୀୟ ଲୋକ ଘର ଭିତରେ ରହିବାକୁ ପସନ୍ଦ କରିଥିଲେ।

ସୋମବା ଠାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ବର୍ଷା  ତୁଷାରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁଲମାର୍ଗରେ ରବିବାର ତାପମାତ୍ରା ବିଯୁକ୍ତ (-) ୭.୪ ଓ ପହଲଗାଓ ପାହାଡ଼ ଷ୍ଟେସନରେ (-) ୨.୬ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି। ସେହପରି ଲେହରେ ତାପମାତ୍ରା (-)୧୨.୩ ଓ କାରଗିଲରେ (-) ୮.୫ ଡ଼ିଗ୍ରୀ ରହିଛି ।

Comments are closed.