ବରଫ ଅତଡ଼ା ଧସି ଯବାନ ସହିଦ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲା ନିୟନ୍ତ୍ରଣ ରେଖା ନିକଟରେ ବରଫ ଅତଡା ଧସି ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୁଞ୍ଚ ଏସଏସପିଙ୍କ କହିବା ଅନୁଯାୟୀ ସହିଦ ଯବାନ ଜଣଙ୍କ ହେଉଛନ୍ତି ଲାନ୍ସ ନାଏକ ସପନ ମେହେର। ସପନଙ୍କ ଘର ହିମାଚଳ ପ୍ରଦେଶର କାଙ୍ଗ୍ରା। ଆହତ ଯବାନ ହେଉଛନ୍ତି ପଞ୍ଜାବର ହରପ୍ରୀତ ସିଂହ। ଏସଏସପି କହିଛନ୍ତି ଯେ ଗୁରୁବାର ନିୟନ୍ତ୍ରଣ ରେଖା ନିକଟ କେକେ ଗାଲକିରେ ଥିବା ୪୦ ରାଷ୍ଟ୍ରୀୟ ରାଇଫଲର ଶିବିରକୁ ଏକ ବରଫ ଅତଡା ଧକ୍କା ଦେଇଥିଲା। ଶିବିରରେ ଥିବା ଉଭୟ ଯବାନ ବରଫ ଅତଡାରେ ପୋତି ହୋଇପଡିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ମେହେରଙ୍କ ପରଲୋକ ହୋଇଥିଲା।

Leave A Reply