ଜାମ୍ମୁ ଓ ଶ୍ରୀନଗର ମେୟରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଶ୍ରୀନଗର : ଜାମ୍ମୁ ଓ ଶ୍ରୀନଗର ନଗରନିଗମର ମେୟରଙ୍କୁ ଏଣିକି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ। ଏ ସମ୍ପର୍କରେ ଜାମ୍ମୁ-କାଶ୍ମୀରର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁବାସ ଚ୍ଛିବରଙ୍କ ଦସ୍ତଖତରେ ବୁଧବାର ବିଜ୍ଞପ୍ତି ଜାରି କରାଯାଇଛି।

ଉଭୟ ମହାନଗର ନିଗମର ମେୟରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏଥିରେ ​ପ୍ରୋଟୋକଲ ବିଭାଗକୁ ନିର୍ଦେଶ ଦିଆଯାଇଛି। ଉକ୍ତ ଘୋଷଣା ପରେ ସମ୍ପ୍ରତି ଶ୍ରୀନଗରର ମେୟର ଥିବା ଜୁନେଦ ମାଟୁ ଓ ଜାମ୍ମୁର ମେୟର ଥିବା ଚନ୍ଦ୍ରମୋହନ ଗୁପ୍ତା ପ୍ରଥମ କରି ଏହି ପାହ୍ୟା ପାଇବେ। ଦୀର୍ଘ ୧୩ ବର୍ଷ ବ୍ୟବଧାନରେ ଗତ ବର୍ଷ ଅକ୍ଟୋବରରେ ପୌରାଞ୍ଚଳ ନିର୍ବାଚନ ହୋଇଥିଲା। ଏଥିରେ ଜାମ୍ମୁ ମେୟର ଭାବେ ବିଜେପିର ଚନ୍ଦ୍ରମୋହନ ଓ ଶ୍ରୀନଗରରେ ପିପୁଲ୍ସ କନ୍‌ଫରେନ୍ସ ନେତା ଜୁନେଦ ମାଟୁ ନିର୍ବାଚିତ ହୋଇଥିଲେ।

Comments are closed.