ପଞ୍ଚମ ଦିନ ପାଇଁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ

0

ଶ୍ରୀନଗର : ଜମ୍ମୁ କାଶ୍ମୀରର ୩ ଶହ କିଲୋମିଟର ଦୀର୍ଘ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ରବିବାର ସୁଦ୍ଧା ପଞ୍ଚମ ଦିନ ପାଇଁ ମଧ୍ୟ ବନ୍ଦ ରହିଛି। ରାମବନ ଏବଂ ବନିିହାଲ ରାସ୍ତାର ବନିିହାଲ-ଜବାହାର ଟନେଲରେ ବରଫପାତ ଏବଂ ବରଫ ଅତଡା ଖସିବା ଯୋଗୁଁ ଏହାକୁ ବନ୍ଦ ରଖାଯାଇଛି । ଜଳବାୟୁର ପରିବର୍ତ୍ତନ ହେଲେ ଏବଂ ରାସ୍ତା ସଫା ହେବା ପରେ ଏହି ରାସ୍ତାରେ ଗାଡି ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ । ଇତିମଧ୍ୟରେ କାଶ୍ମୀର ଉପତ୍ୟାକା ଏବଂ ଲଦାଖ ଅଞ୍ଚଳରେ ଆଜି ମଧ୍ୟ ଥଣ୍ଡାପବନ ପ୍ରବାହିତ ହେଉଛି । ଶ୍ରୀନଗର ତାପମାତ୍ର ୩ଦଶମିକ ୪ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Leave A Reply