ସୁରକ୍ଷାବାହିନୀ ଗୁଳିରେ ଆତଙ୍କବାଦୀ ନିହତ, ୨୪ ଘଣ୍ଟା ମଧ୍ୟରେ ୪ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ସଂପର୍କରେ କୌଣସି ଗୁଜବ ପ୍ରଚାର ନହେବା ପାଇଁ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି।
ସିଆରପିଏଫ୍(କୁଇକ୍ ଆକ୍ସନ୍ ଟିମ୍) ସିଆରପିଏଫର ୧୧୫ ଓ ୨୮ ବାଟାଲିୟନ ଏବଂ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଏହି ଅପରେସନ୍ କରାଯାଇଥିଲା। ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି ଏବଂ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।
ସୂଚନାଯୋଗ୍ୟ, ଶ୍ରୀନଗରର ଜୁମିନାର ଥାନା ଅଞ୍ଚଳର ମୋହଲା ପୋଜୱାଲପୋରାରେ ଆତଙ୍କବାଦୀ ରହିଥିବା ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ସୁରକ୍ଷା ବାହିନୀର ଏକ ମିଳିତ ଦଳ ସର୍ଚ୍ଚ ଅପରେସନ୍ କରିଥିଲେ। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି।

Comments are closed.