ନଦୀକୁ ଖସି ପଡ଼ିଲା ବସ୍‌ : ୧୧ ତୀର୍ଥଯାତ୍ରୀ ମୃତ

0

ଶ୍ରୀନଗର : ଜମ୍ମୁକଶ୍ମୀରର କିସ୍ତୱାରରେ ଦେବୀ ଦର୍ଶନ ସାରି ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ଭିତରକୁ ଗଳିପଡ଼ିବା ଫଳରେ ୧୧ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଗୋଟିଏ ୫ବର୍ଷର ଶିଶୁ ରକ୍ଷାପାଇଯାଇଛି। ତାକୁ ଆହତ ଅବସ୍ଥାରେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ, ଜମ୍ମୁକଶ୍ମୀରର କିସ୍ତୱାରଠାରୁ ୨୮କିଲୋମିଟର ଦୂରରେ ମଚେଲ୍‌ ମାତା ମନ୍ଦିରରୁ ଫେରୁଥିବା ସମୟରେ ବସଟି ଚେନାବ ନଦୀରେ ଖସି ପଡ଼ିବାରୁ ସେଥିରେ ଥିବା ୧୧ ଜଣଯାତ୍ରୀ ମୃତ୍ୟୁମୁଖରେ ପଡ଼ିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବସରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ୫ ବର୍ଷର ଶିଶୁର ଜୀବନ ରକ୍ଷା ହୋଇଛି।
ଜମ୍ମୁ କଶ୍ମୀର ପୁଲିସ ଡିଜିଙ୍କ ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁମାନେ ମନ୍ଦିରରେ ଦର୍ଶନ ସାରି ବସ ଯୋଗେ ଫେରୁଥିବା ବେଳେ ବସଟି ଭାରସାମ୍ୟ ହରାଇ ଚେନାବ ନଦୀ ଭିତରକୁ ଖସି ପଡ଼ିଥିଲା। ଦୁର୍ଘଟଣାସ୍ଥଳରୁ ୧୧ ଜଣଙ୍କ ମୃତଦେହ ମିଳିଥିବା ବେଳେ ଗୋଟିଏ ଶିଶୁକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଶିଶୁଟିକୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ସେ ଅଞ୍ଚଳର ଦ୍ୱିତୀୟ ଦୁର୍ଘଟଣା। ସୋମବାର ଭୁସ୍ଖଳନ ଫଳରେ ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply