ରଥାଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ ଶେଷ ହେବ -ପ୍ରତ୍ନତତ୍ୱ ବିଭାଗ ଡିଜି

ପୁରୀ .- ରଥାଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତତ୍ୱ ବିଭାଗର ଡିଜି ଉଷା ଶର୍ମା ପ୍ରକାଶ କରିଛନ୍ତି । ଏବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି । ଫନିରେ ହୋଇଥିବା କ୍ଷତି ପରେ ମରାମତି କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଫୋନି ଯୋଗୁଁ ଶ୍ରୀମନ୍ଦିରର କ୍ଷତି ସମ୍ପର୍କରେ ସମୀକ୍ଷ କରିବା ପାଇଁ ଉଷା ଶର୍ମା ପୁରୀ ଆସିଥିଲେ । ପ୍ରଥମେ ସେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ବରିଷ୍ଠ ଅଧିକାରୀ ପୁରୀରେ ଶିବିର ସ୍ଥାପନ କରିବା ସହ ମରାମତି କାର୍ଯ୍ୟର ସମୀକ୍ଷା କରିବେ ବୋଲି ଉଷା ଶର୍ମା ସୂଚନା ଦେଇଛନ୍ତି ।

Comments are closed.