ସିଂହଦ୍ବାର ସାମ୍ନାରେ ପହଞ୍ଚିଲା ୩ ରଥ

ଶହ ଶହ ସେବାୟତ ଏକସ୍ବରରେ ଗାଇଲେ ଗୀତଗୋବିନ୍ଦ

ଭୁବନେଶ୍ବର: ସିଂହଦ୍ବାର ସାମ୍ନାରେ ପହଞ୍ଚିଲା ଶ୍ରୀଜୀଉଙ୍କ ତିନି ରଥ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗତରନାଥ ଜଗନନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ଲାଗିଲା। ଶ୍ରୀଜୀଉଙ୍କ ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ସେବାୟତମାନେ ଗୀତ ଗୋବିନ୍ଦ ଗାନ କରିଥିଲେ। ଶହ ଶହ ସେବାୟତ ଏକସ୍ବରରେ ଗାଇଥିଲେ ଗୀତଗୋବିନ୍ଦ।
ପ୍ରଥମେ ଶ୍ରୀମନ୍ଦିର ସାମ୍ନାରେ ଲାଗିଥିଲା ବଡଠାକୁରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣିଥିଲେ ସେବାୟତ। ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ। ବଳଭଦ୍ରଙ୍କ ରଥ ପଛେ ପଛେ ଶ୍ରୀମନ୍ଦିର ସମ୍ମୁଖରେ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ବି ପହଞ୍ଚି ଥିଲା। ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା।


ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ। ନବଦିନାତ୍ମକ ଲୀଳାଖେଳା ସାରି ଫେରୁଛନ୍ତି ଶ୍ରୀଜିଉ । ବାହୁଡା ଯାତ୍ରା ସମୟରେ ପୁରୀରେ ବର୍ଷା ହେଉଛି । ତିନି ରଥଙ୍କୁ ଆନନ୍ଦରେ ଟାଣି ଆଣିଛନ୍ତି ସେବାୟତମାନେ। ଏହି ସମୟରେ ବଡଦାଣ୍ଡରେ କୋଭିଡ କଟକଣା ଜାରି ରହିଛି । ଆସନ୍ତାକାଲି ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ।

Comments are closed.