ଶ୍ରୀଲଙ୍କା ସ୍ପିନରଙ୍କ ବୋଲିଂ ଶୈଳୀକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଶ୍ରୀଲଙ୍କା କ୍ରିକେଟ୍‌ ଅନେକ ସମୟରେ କେତେକ ବୋଲରଙ୍କ ନିଆରା ତଥା ଅଜବ ବୋଲିଂ ଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସିଛି। ଖ୍ୟାତନାମା ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ହେଉଛନ୍ତି ଏହାର ଏକ ଉଦାହରଣ।
ବର୍ତ୍ତମାନ ଶ୍ରୀଲଙ୍କାର ୨୧ ବର୍ଷୀୟ ସ୍ପିନର କେଭିନ୍‌ କୋଥଠିଗୋଡାଙ୍କ ବୋଲିଂ ଶୈଳୀକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଗଲ୍‌ ବାସିନ୍ଦା କୋଥଠିଗୋଡା ଆବୁଧାବି ଟି୧୦ ଲିଗ୍‌ରେ ବଙ୍ଗଳା ଟାଇଗର୍ସ ଦଳ ତରଫରୁ ଖେଳୁଛନ୍ତି। ତାଙ୍କ ନିଆରା ବୋଲିଂ ଶୈଳୀ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି। ତାଙ୍କ ବୋଲିଂ ଶୈଳୀକୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ସ୍ପିନର ପଲ୍‌ ଆଦମ୍‌ସଙ୍କ ସହ ତୁଳନା କରାଯାଉଛି। ତେବେ ନିଜ ପ୍ରତିକ୍ରିୟାରେ କୋଥଠିଗୋଡା କହିଛନ୍ତି ସେ ଆଦମ୍‌ସଙ୍କୁ ବୋଲିଂ କରୁଥିବା ପୂର୍ବରୁ କେବେ ଦେଖି ନ ଥିଲେ। ଶ୍ରୀଲଙ୍କାରେ ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ସେ ସର୍ବଦା ଏହି ଶୈଳୀରେ ବୋଲିଂ କରି ଆସୁଥିଲେ। ବର୍ତ୍ତମାନ ତାଙ୍କ ବୋଲିଂ ଶୈଳୀକୁ ପଲ୍ ଆଦମ୍‌ସଙ୍କ ସହ ତୁଳନା କରାଯାଉଥିବାରୁ ସେ ଆଦମ୍‌ସଙ୍କ ଭିଡିଓ ଦେଖିଛନ୍ତି। ଛୋଟବେଳେ ବାପାଙ୍କ ସହ ଟେନିସ୍‌ ବଲ୍‌ରେ କ୍ରିକେଟ୍ ଖେଳୁଥିଲେ। ସେତେବେଳୁ ସେ ଏହି ଶୈଳୀରେ ବୋଲିଂ କରି ଆସୁଥିବାର କୋଥଠିଗୋଡା କହିଛନ୍ତି।

Comments are closed.