ଭାଙ୍ଗିଲା ଶ୍ରୀଲଙ୍କା ପାର୍ଲାମେଣ୍ଟ

0

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରୀସେନା ଶୁକ୍ରବାର ପାର୍ଲାମେଣ୍ଟକୁ ଭାଙ୍ଗିଦେଇଛନ୍ତି। ଫଳରେ ଦେଶରେ ଆଗୁଆ ନିର୍ବାଚନ ହେବା ନେଇ ବାଟ ଖୋଲିଛି। ଏହା ପୂର୍ବରୁ ଅକ୍ଟୋବର ରାଷ୍ଟ୍ରପତି ଶିରୀସେନା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେକୁ ବରଖାସ୍ତ କରି ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ। ସେତେବେଳେ ରାଷ୍ଟ୍ରପତି ପାର୍ଲାମେଣ୍ଟକୁ ନିଲମ୍ବନ କରିଥିବାବେଳେ ଏବେ ପାର୍ଲାମେଣ୍ଟକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ୨୨୫ ଆସନ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟର ଅବଧି ୨୦୨୦ ଅଗଷ୍ଟରେ ଶେଷ ହେବାର ଥିଲା। ନିଜର
ଅନୁଗତ ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରିବା ପରେ ତାଙ୍କ ଦଳ ପାର୍ଲାମେଣ୍ଟରେ ଆସ୍ଥା ଭୋଟରେ ବିଜୟୀ ହେବା ଅସମ୍ଭବ ମନେ କରି ରାଷ୍ଟ୍ରପତି ପାର୍ଲାମେଣ୍ଟକୁ ଭାଙ୍ଗି ଦେଇଥିବା ଜଣାଯାଇଛି। ରାଷ୍ଟ୍ରପତି ଶିରୀସେନାଙ୍କ ନେତୃତ୍ୱ ୟୁନାଇଟେଡ ପିପୁଲ୍ସ ଫ୍ରିଡମ୍‍ ପାର୍ଟି (ୟୁପିଏଫପି) ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରିଥିବାବେଳେ ପାର୍ଲମେଣ୍ଟରେ ଏହା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ଲାଗି ୮ଟି ଆସନ ପଛରେ ରହିଥିଲା। ପାର୍ଲାମେଣ୍ଟର ଆସ୍ଥା ଭୋଟରେ ବିଜୟୀ ନହେଲେ ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ହକଦାର ହୋଇପାରିବେ ନାହିଁ।
ଭାଙ୍ଗିଲା ଶ୍ରୀ

Leave A Reply