ଶ୍ରୀଲଙ୍କାର ପଶ୍ଚିମାଞ୍ଚଳରେ ସାମ୍ପ୍ରଦାୟିକ ହିଂସା ପରେ ଲାଗିଲା କର୍ଫ୍ୟୁ

କଲମ୍ବୋ .- ଶ୍ରୀଲଙ୍କାରେ ଇଷ୍ଟର ରବିବାର ଅବସରରେ ବୋମା ବିସ୍ଫୋରଣ ପରେ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖା ଦେବାରେ ଲାଗିଛି । ଶ୍ରୀଲଙ୍କାର ପଶ୍ଚିମାଞ୍ଚଳରେ ଥିବା ଚିଲା ସହରରେ ପୁଣିଥରେ ହିସାଂ ଦେଖାଦେଇଛି । ଅଳ୍ପସଂଖ୍ୟକଙ୍କ ଦୋକାନ ଉପରେ ପୁଣିଥିରେ କିଛି ଲୋକ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହାପରେ ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ସୋମବାର ସକାଳ ପର୍ଯ୍ୟନ୍ତ ସେଠାରେ କର୍ଫ୍ୟୁ ଲଗାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଚିଲାର ଏହି ଅଂଶରେ ଖ୍ରୀଷ୍ଟିଆନ କ୍ଯାଥଲିକ ସମ୍ପ୍ରଦାୟର ଅଧିକ ଲୋକ ବସବାସ କରନ୍ତି । କାଥଲିକ ଓ ଇସଲାମ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାଦ ଲାଗିରହିଛି । ପୂର୍ବରୁ ଲାଗିଥିବା ହିଂସାରେ ଦୁଇ ସମ୍ପ୍ରଦାୟର ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଏହାପରେ ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ କାର୍ଡିନାଲ ମେଲକମ୍‌ ରଞ୍ଜିତ ପ୍ରକାଶ କରିଛନ୍ତି ।

Comments are closed.