ଶ୍ରୀଲଙ୍କା ବିସ୍ଫୋରଣରେ  ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

କଲୋମ୍ବୋ- ଶ୍ରୀଲଙ୍କାରେ ଇଷ୍ଟର ସନଡେ ଅବସରରେ ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୋଟ୍‌ ମୃତ୍ୟୁ ସଂଖ୍ୟ ୩୫୯ରେ ପହଞ୍ଚିଛି ।  ଏଥିରେ ଅନେକ ବିଦେଶୀ ନାଗରିକ ରହିଛନ୍ତି । ବିସ୍ଫୋରଣରେ ଅନେକ ଭାରତୀୟଙ୍କର ମୃତ୍ୟୁ ହୋଇଛି । ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ଏହି ବିସ୍ଫୋରଣରେ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏହି ବିସ୍ଫୋରଣରେ ୩୬ ଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଥିବା  ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ୧୪ ବିଦେଶୀ ନାଗରିକଙ୍କ କୌଣସି  ଖୋଜ ଖବର ମିଳୁନାହିଁ । ତେବେ ଚିହ୍ନଟ ହୋଇ ନଥିବା ମୃତକଙ୍କ ମଧ୍ୟରେ ଏମାନେ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

 

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଶ୍ରୀଲଙ୍କା ରାଜଧାନୀ କଲୋମ୍ବୋରେ ଥିବା ଏକାଧିକ ଚର୍ଚ୍ଚ ଏବଂ ହୋଟେଲରେ ଆତଙ୍କବାଦୀମାନେ ସିରିଜି ବିସ୍ଫୋରଣ କରିଥିଲେ। ଇଷ୍ଟର ରବିବାର ପାଳନ ସମୟରେ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ୮ଟି ସ୍ଥାନରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ବିଶେଷ କରି ଚର୍ଚ୍ଚ ଏବଂ ବିଦେଶ ଅତିଥିମାନେ ରହୁଥିବା ହୋଟେଲଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହାବ୍ୟତୀତ କଲୋମ୍ବୋର ମୁଖ୍ୟ ବିମାନବନ୍ଦରରୁ ଏକ ବୋମା ଜବତ ହୋଇଥିଲା। ରବିବାର ରାତିରେ ତାହାକୁ ନିଷ୍କ୍ରିୟ କରିଦିଆଯାଇଥିଲା । ପରେ ଆଉଜଣେ ଆତ୍ମଘାତୀ ବିସ୍ଫୋରଣକାରୀର ପତ୍ନୀ ଫାତିମା ଇବ୍ରାହିମକୁ ଗିରଫ କରିବାକୁ ଯିବା ସମୟରେ ,ସେ ନିଜ ସହ ନିଜ ପିଲାମାନଙ୍କୁ ବିସ୍ଫୋରଣରେ ଉଡାଇ ଦେଇଥିଲା । ଏଥିରେ ୩ ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।

Comments are closed.