ଗୃହରେ ଲଗାନ୍ତୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ , ଦୂର ହେବ ବାସ୍ତୁ ସମସ୍ୟା

ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ କିଛି ସହଜ ଉପାୟ ଆପଣେଇବା ଦ୍ୱାରା ଜୀବନରେ ବହୁ ବାଧାବିଘ୍ନ ଦୂର ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇଥାଏ। ବାସ୍ତୁ ଅନୁଯାୟୀ, ଗୃହରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ବାସୁଦେବଙ୍କ ଦ୍ୱାରା କାହ୍ନାଙ୍କୁ ଏକ ଟୋକେଇରେ ନେଇ ନଦୀ ପାର ହେଉଥିବା ଫଟୋ ଘରେ ଲଗାଇଲେ ବହୁ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।
କାହ୍ନା ଲବଣି ଖାଉଥିବାର ଫଟୋ ରୋଷେଇ ଘରେ ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଘରେ ଖାଦ୍ୟର ଅଭାବ ହୋଇନଥାଏ।
ବଂଶୀ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅତି ପ୍ରିୟ। ବଂଶୀକୁ ଘରେ ରଖିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାସହ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
ଘରେ ଯଦି କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହୁଥାଏ ତେବେ ତାଙ୍କ ତକିଆ ତଳେ ବାଉଁଶର ବଂଶୀ ରଖିବା ଖୁବ ଲାଭଦାୟକ ହୋଇଥାଏ।
ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଶୃଙ୍ଗାର ଦ୍ରବ୍ୟରେ ମୟୂରପୁଚ୍ଛ ଖୁବ ପ୍ରିୟ। ମୟୂରପୁଚ୍ଛ ପ୍ରଭୁଙ୍କୁ ଅର୍ପଣ କଲେ ତାଙ୍କ କୃପା ସର୍ବଦା ରହିଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିଥାଏ।
ପର୍ସରେ ମୟୂରପୁଚ୍ଛ ରଖିବା ଦ୍ୱାରା ଧନର ଅଭାବ ହୋଇନଥାଏ।

Comments are closed.