ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ନୂଆ ଡିନ୍

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିଦ୍ ଶ୍ରୀକାନ୍ତ ଦତାରଙ୍କୁ ହାର୍ଭାର୍ଡ ବିଜନେସ ସ୍କୁଲର ନୂତନ ଡିନ୍ ଭାବେ ନିଯୁକ୍ତି ଦିଆଯାଇଛି। ଦତାର ଏହାର ୧୧ତମ ଡିନ୍ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହି ବିଦ୍ୟାଳୟର ବର୍ତ୍ତମାନର ଡିନ୍ ନିତିନ ନୋହରିଆଙ୍କ ସ୍ଥାନ ନେବେ। ସେ ଜାନୁଆରୀ ୨ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ହାର୍ଭାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ହାର୍ଭାର୍ଡ ସ୍କୁଲ ନାଁରେ ୧୧୨ ବର୍ଷର ଇତିହାସ ରହିଛି । ଶ୍ରୀକାନ୍ତ ଇଣ୍ଡିଆାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ରୁ ସ୍ନାତକୋତ୍ତର କରି ୧୯୯୬ରେ ହାର୍ଭର୍ଡ ବିଜନେସ ସ୍କୁଲର ପ୍ରଫେସର ହୋଇଥିଲେ। ସେ ହାର୍ଭାର୍ଡ ବିଜନେସ ସ୍କୁଲର ପ୍ରଫେସର ଏବଂ ଆସୋସିଏସେଟ୍ ଡିନ୍ ଭାବେ କାର୍ଯ୍ୟ କରିଛନ୍ତି।

Comments are closed.