ଶ୍ରୀଦେବୀ ସେଠୀ ହେଲେ ଗୁଡିପଦର ନୂଆ ସରପଞ୍ଚ

ପ।ତ୍ରପୁର: ପାତ୍ରପୁର ବ୍ଳକ ଆନ୍ଧ୍ର ପ୍ରଦେଶ ସୀମାରେ ଥିବା ଗୁଡିପଦର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଶ୍ରୀଦେବୀ ସେଠୀ ଅପ୍ରତିଦ୍ବନ୍ଦୀ ହୋଇଥିବା ଜଣାଯାଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଗୁଡିପଦର ସରପଞ୍ଚ ପ୍ରାର୍ଥୀ ଅନୁସୂଚିତଜାତି ମହିଳା ପାଇଁ ସଂରକ୍ଷିତ ରହିଛି। ତେବେ ଏହି ଗ୍ରାମ ପଞ୍ଚାୟତରେ ତିନୋଟି ଗ୍ରାମ ରହିଥିବା ବେଳେ ଏଗାର ଗୋଟି ୱାର୍ଡ ରହିଛି। ପଞ୍ଚାୟତରେ ଗୁଡିପଦର ବଡ ଗ୍ରାମରେ ୮ଟି ୱାର୍ଡ ରହିଛି। ଏହି ଗ୍ରାମର ଲୋକମାନେ ଏକ ସଭା କରି ଶ୍ରୀଦେବୀ ସେଠୀଙ୍କୁ ସରପଞ୍ଚ ପ୍ରାର୍ଥୀ କରିବାକୁ ସ୍ଥିର କରିଥିଲେ। ଏହା ପରେ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଜଣେ ପ୍ରାର୍ଥୀ ଭାବେ ଶ୍ରୀଦେବୀ ସେଠୀ ନାମାଙ୍କନ ଦାଖଲ କରିଥିଲେ। ଆଜି ନାମାଙ୍କନପତ୍ର ଯାଞ୍ଚ ପରେ ତାଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବା ସେ ସରପଞ୍ଚ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି, ତେବେ କେବଳ ସରକାରୀ ଘୋଷଣାକୁ ଅପେକ୍ଷା ରହିଛି।

Comments are closed.