କର୍ତ୍ତାରପୁର କରିଡର ଉଦ୍‌ଘାଟନ ସମାରୋହରେ ସାମିଲ ହେବେନି ଆଧ୍ୟାତ୍ମିକ ଗୁରୁ ରବିଶଙ୍କର

ନୂଆଦିଲ୍ଲୀ: କର୍ତ୍ତାରପୁର କରଡିର ଉଦ୍‌ଘାଟନ ସମାରୋହରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସାମିଲ ହେବେ ନାହିଁ। ପାକିସ୍ତାନ ତାଙ୍କୁ ସମାରୋହରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଥିଲା। କିନ୍ତୁ ସେ ପୂର୍ବରୁ କରାଯାଇଥିବା ପ୍ରତିବଦ୍ଧତାର ଦୃଷ୍ଟାନ୍ତ ଦେଇ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର କର୍ତ୍ତାରପୁର କରିଡର ଉଦ୍‌ଘାଟନ ସମାରୋହ ଆୟୋଜିତ ହେବ। ଏଥିରେ ଯୋଗଦେବା ଲାଗି ଭାରତର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି।

ଅନ୍ୟପଟେ ସମାରୋହରେ ଯୋଗଦେବା ଲାଗି ବେଶ ଉତ୍ସୁକ ଥିବା ନଭଜୋତ ସିଂହ ସିଦ୍ଧୁଙ୍କୁ କର୍ତ୍ତାରପୁର ଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଯାଇଛି। ସିଦ୍ଧୁ କର୍ତ୍ତାରପୁର ଯିବା ଲାଗି କେନ୍ଦ୍ରକୁ ଅନୁମତି ମାଗି ୨ ଥର ଚିଠି ଲେଖିଥିଲେ। କିନ୍ତୁ ଉତ୍ତର ମିଳି ନ ଥିଲା। ଏହା ପରେ ସିଦ୍ଧୁ ପ୍ରତିକ୍ରିୟା ପ୍ରକାଶ କରି ୩ୟ ଚିଠିରେ ସରକାର କ’ଣ ଚାହୁଁଛନ୍ତି ତାହା ତାଙ୍କୁ ସ୍ପଷ୍ଟ ଭାବେ ଅବଗତ କରାଯାଉ ବୋଲି କହିଥିଲେ। ଶେଷରେ ସିଦ୍ଧୁଙ୍କୁ ଅନୁମତି ଦିଅଯାଇଛି।

Comments are closed.