ଶ୍ରୀରାଧାଙ୍କ ପାଦ ସ୍ପର୍ଶ ଉପରେ କଟକଣା, ସେବାୟତଙ୍କ ଧାରଣା

0

ସାକ୍ଷୀଗୋପାଳ: ଆସନ୍ତାକାଲି ହେଉଛି ପବିତ୍ର ଅଅଁଳା ନବମୀ । ଅଅଁଳା ନବମୀ ଦିନ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ସ୍ପର୍ଶ ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି । ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସାଧାରଣ ଦର୍ଶନକୁ ଶୃଙ୍ଖଳତି କରିବାକୁ ପ୍ରଶାସନ ପକ୍ଷରୁ ଶ୍ରୀରାଧାଙ୍କ ପାଦ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଛି । ଏହା ସହ ଭିଆଇପି ପାସ ମଧ୍ୟ ବନ୍ଦ କରାଯାଇଛି । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ସେବାୟତମାନେ ନୀତିକାନ୍ତି ବନ୍ଦ କରି ଦେଇଛନ୍ତି । ସେମାନଙ୍କୁ ଅଣଦେଖା କରାଯାଉ ଥିବା ଅଭିଯୋଗରେ ମନ୍ଦିର ସେବାୟତମାନେ ଧାରଣାରେ ବସିଛନ୍ତି । ଶୁକ୍ରବାର ବଲ୍ଲଭ ନୀତି ପରେ ଶ୍ରୀରାଧାଙ୍କ ନୀତିକାନ୍ତି ବନ୍ଦ ରହିଛି । ଏହାକୁ ନେଇ ପ୍ରଶାସନ ଏବେ ଚିନ୍ତାରେ ପଡିଯାଇଛି । ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ହେଲେ ଆଲୋଚନା ପରର ନିଷ୍ପତ୍ତି ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply