ନଭେମ୍ବର ୫ରେ ଶ୍ରୀଲଙ୍କା ପାର୍ଲାମେଣ୍ଟ ଅଧିବେଶନ

0

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ସୋମବାର ଦିନ ପାର୍ଲାମେଣ୍ଟ ଅଧିବେଶନ ଆହ୍ୱାନ କରିଛନ୍ତି। ବାଚସ୍ପତି କରୁ ଜୟସୂରିଆଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସୋମବାର ଦିନ ପାର୍ଲମେଣ୍ଟ ଅଧିବେଶନ ଡାକାଇଛନ୍ତି। ପୂର୍ବରୁ ପାର୍ଲାମେଣ୍ଟ ଅଧିବେଶନକୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାପାଇଁ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥିଲେ। ଶୀଘ୍ର ପାର୍ଲାମେଣ୍ଟ ଅଧିବେଶନ ଡାକିବା ପାଇଁ ବାଚସ୍ପତି ତାଙ୍କୁ ଅନୁରୋଧ କରିଥିଲେ। ତେଣୁ ସେ ନଭେମ୍ବର ୫ ତାରିଖ ଦିନ ପାର୍ଲାମେଣ୍ଟ ଅଧିବେଶନ ଡାକିଛନ୍ତି ବୋଲି କହିଛନ୍ତି। ତେବେ ପ୍ରଥମ ଦିନ ରାଷ୍ଟ୍ରପତିଙ୍କ ଉଦ୍‍ବୋଧନ ପରେ ଗୃହରେ ନେତାମାନେ ବିତର୍କ ପାଇଁ ପରବର୍ତ୍ତୀ ଦିନ ଧାର୍ଯ୍ୟ କରିବେ। ଅନ୍ୟପକ୍ଷରେ ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ କହିଛନ୍ତି, ଏହି ବିଷୟରେ ରାଷ୍ଟ୍ରପତି ତାଙ୍କୁ ଅବଗତ କରାଇଛନ୍ତି।

Leave A Reply