ମଲିଙ୍ଗାଙ୍କ ନେତୃତ୍ୱରେ ଗୌହାଟୀରେ ପହଞ୍ଚିଲା ଶ୍ରୀଲଙ୍କା ଦଳ

ଖେଳିବ ୩ଟି ଟି-୨୦ ମ୍ୟାଚ​

ଗୁଆହାଟୀ : ଲସିଥ୍‍ ମଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କ୍ରିକେଟ ଦଳ ଭାରତ ବିପକ୍ଷରେ ଟୋଣ୍ଟି-୨୦ ସିରିଜ୍‍ ଖେଳିବା ପାଇଁ ଗୁରୁବାର ଗୌହାଟୀଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଞ୍ଚିଛି । ଭାରତୀୟ ଦଳ ଆସନ୍ତାକାଲି ଗୌହାଟୀଠାରେ ପହଞ୍ଚିବ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ୫ ତାରିଖ ରବିବାରଠାରୁ ୧୦ ତାରିଖ ମଧ୍ୟରେଏହି ତିନି ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ଖେଳାଯିବ।

ଆସନ୍ତା ୭ ତାରିଖରେ ୨ୟ ଟି-୨୦ ଇନ୍ଦୋରରେ ଏବଂ ୧୦ ତାରିଖରେ ପୁଣେରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ। ଏହି ସଂକ୍ଷିପ୍ତ ଟି-୨୦ ସିରିଜ୍ କୁ ବିଶ୍ବକପ୍ ପୂର୍ବରୁ ଦୁଇ ପଡୋଶୀ ଦେଶ ମଧ୍ୟରେ କାଉଣ୍ଟ ଡାଉନ ମ୍ୟାଚ ଆଖ୍ୟା ଦିଆଯାଇଛି।

ଏହାପରେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିୟନ୍‍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଅନୁଷ୍ଠିତ ହେବ। ଏହି ସିରିଜ୍‍ ଜାନୁଆରୀ ୧୪ରୁ ଜାନୁଆରୀ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଏକଦିବସୀୟ ମ୍ୟାଚ୍‍ଟି ୧୯ ତାରିଖ ଦିନ ଙ୍ଗାଲୁରୁରେ ଖେଳାଯିବ।

Comments are closed.