ଶ୍ରୀଲଙ୍କା : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମହିନ୍ଦା ରାଜପକ୍ଷେ

କଲମ୍ବୋ :  ମହିନ୍ଦା ରାଜପକ୍ଷେ ଆସନ୍ତାକାଲି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ ବୁଧବାର ଦିନର ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ବିପୁଳ ବିଜୟ ହାସଲ କରିଛି। ତାଙ୍କ ପାର୍ଟି ଓ ଏହାର ମିତ୍ର ଦଳଗୁଡ଼ିକ ପାର୍ଲାମେଣ୍ଟରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି।

କଲମ୍ବୋ ସ୍ଥିତ ଏକ ପୁରାତନ ବୌଦ୍ଧ ମନ୍ଦିରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତାଙ୍କର ସାନ ଭାଇ ଗୋତାବଏ ରାଜପକ୍ଷେ ତାଙ୍କୁ ଶପଥପାଠ କରାଇବେ। ଆସନ୍ତା ସପ୍ତାହରେ ଶ୍ରୀଲଙ୍କାର କାଣ୍ଡିଠାରେ ଏକ ଉତ୍ସବରେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବେ।

Comments are closed.