ଶ୍ରୀଲଙ୍କାରୁ ଜରୁରୀ ପରିସ୍ଥିତି ପ୍ରତ୍ୟାହୃତ

କଲମ୍ବୋ: ଦୀର୍ଘ ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ପରିଲଖିତ ହେବା ପରିପ୍ରେକ୍ଷୀରେ ଶନିବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ଏହି ଘୋଷଣା କରିଛନ୍ତି । ଦେଶରେ ପ୍ରବଳ ହିଂସାକାଣ୍ଡ ଯୋଗୁଁ ମେ ୬ରେ ଦ୍ବିତୀୟ ଥର ପାଇଁ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା। ଏହି ହିଂସାରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୩୦୦ ଆହତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ରାଷ୍ଟ୍ରପତି କେବଳ ଅର୍ଥ ବିଭାଗକୁ ବାଦ ଦେଲେ ଅନ୍ୟ ବିଭାଗର ୯ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି।

Comments are closed.