ଲୋକଙ୍କୁ ଶ୍ରୀଲଙ୍କା ମନ୍ତ୍ରୀଙ୍କ ନିବେଦନ; ପେଟ୍ରୋଲ ଟାଙ୍କିରେ ଧାଡ଼ି ନ ଲଗାନ୍ତୁ

କଲମ୍ବୋ: ପେଟ୍ରୋଲ କିଣିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ; ତେଣୁ ପେଟ୍ରୋଲ ପମ୍ପ ସମ୍ମୁଖରେ କେହି ଧାଡ଼ି ନ ଲଗାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଶ୍ରୀଲଙ୍କା ସରକାର। ଦେଶର ଶକ୍ତିମନ୍ତ୍ରୀ କାଞ୍ଚନ ବିଜେସିକେରା ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ବିଦେଶରୁ ଆସିଥିବା ଏକ ପେଟ୍ରୋଲ ଭର୍ତ୍ତି ଜାହାଜ ସମୁଦ୍ରରେ ମାର୍ଚ୍ଚ ୨୮ରୁ ଅଟକି ରହିଛି। ବୈଦେଶିକ ବିନିମୟ ମୁଦ୍ରା ଅଭାବରୁ ଏହାକୁ ଖାଲି କରାଯାଇପାରୁ ନାହିଁ। ଜାହାଜ ପାଇଁ ୫୩ ନିୟୁତ ଡଲାର ଆବଶ୍ୟକ। ଏହା ଯୋଗାଡ଼ ଉଦ୍ୟମ ଜାରି ରହିଛି। ଏହା ମିଳିଗଲା ପରେ ସମ୍ପୃକ୍ତ ଜାହାଜରୁ ପେଟ୍ରୋଲ ଖାଲି କରାଯାଇ ଟାଙ୍କିକୁ ଯୋଗାଇ ଦିଆଯିବ। ଲୋକଙ୍କୁ ପେଟ୍ରୋଲ ପାଇବା ପାଇଁ ଶୁକ୍ରବାରଠାରୁ ଆଉ ତିନି ଦିନ ଲାଗିବ। ସେ ପର୍ଯ୍ୟନ୍ତ ସେମାନେ ଭିଡ଼ ନ ଲଗାଇବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷରେ ଦେରେ ଏବେ ଯଥେଷ୍ଟ ଡିଜେଲ ମହଜୁଦ ଥିବା ସେ କହିଛନ୍ତି।

Comments are closed.