ବେଙ୍ଗାଲୁରୁ ଓ ହାଇଦରାବାଦରେ ପହଞ୍ଚିଲା ୯ ଭାରତୀୟଙ୍କ ଦେହାବଶେଷ

କଲମ୍ବୋ : ଶ୍ରୀଲଙ୍କା ଆତ୍ମଘାତୀ ବୋମା ବିସ୍ଫୋରଣରେ ମୋଟ ୧୧ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ଶ୍ରୀଲଙ୍କା ସରକାର ନିଶ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କର ମୃତଦେହର ଅବଶେଷ ବୁଧବାର ସ୍ବଦେଶ ପଠାଯାଇଛି। ଏସ୍‌.ଆର ନାଗରାଜ, ଏଚ୍‌. ଶିବକୁମାର, କେ.ଜି ହନୁମନ୍ତରାୟପ୍ପା. କେ.,ମ୍‌ ଲକ୍ଷ୍ମୀନାରାୟଣନ୍‌, ଏମ୍‌. ରଙ୍ଗାପ୍ପା, ଭି, ତୁଳସୀ ରାମ, ଏ.ମାରେଗୌଡ଼ା, ଏଚ୍‌. ପୁତ୍ତାରାଜୁ ଓ ଆର. ଲକ୍ଷ୍ମଣଗୌଡ଼ାଙ୍କ ମରଶରୀର ଭାରତରେ ପହଞ୍ଚିଛି। ଭାରତୀୟ ଉଚ୍ଚାୟୁକ୍ତଙ୍କ ମାଧ୍ୟମରେ ଚାରିଟି ସ୍ବତନ୍ତ୍ର ବିମାନ ଯୋଗେ ବେଙ୍ଗାଲୁରୁ ଓ ହାଇଦରାବାଦରେ ପହଞ୍ଚିଛି। ଶ୍ରୀଲଙ୍କା ପୁଲିସର ଜଣେ ଉଚ୍ଚ ପଦାଧିକାରୀଙ୍କ ସୂଚନାନୁଯାୟୀ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ୧୧ ଭାରତୀୟଙ୍କ ସମେତ ମୋଟ ୩୫ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ଆଉ ୧୪ ବିଦେଶୀଙ୍କର ହିସାବ ମିଳୁ ନାହିଁ। ଅପରପକ୍ଷରେ ମୃତ ୪୫ ଶିଶୁଙ୍କର ସମୂହ ସତ୍କାର କରାଯାଇଥିବା ସେ କହିଛନ୍ତି।

Comments are closed.