ଜୀବନ-ଜୀବିକା ସଂଷର୍ଷରେ ସନ୍ତୁଳନ ଲୋଡ଼ା: ଏସ୍‌ଆର୍‌ସି

ଭୁବନେଶ୍ବର: ବର୍ତ୍ତମାନ ଓଡ଼ିଶାରେ ଦୈନିକ ସାଢ଼େ ୩ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ-ଭୁବନେଶ୍ବରରେ ପ୍ରତିଦିନ ପ୍ରାୟ ୧୨ଶହ ରୋଗୀ ଚିହ୍ନଟ ହେଉଛନ୍ତି। କୌଣସି କାରଣରୁ କୋଭିଡ୍‌ ଭୂତାଣୁ ଲୋକଙ୍କ ଶରୀରରେ ପହଞ୍ଚୁଛି। କେଉଁ କାରଣ ଯୋଗୁ ଶରୀରରେ କରୋନା ଭୂତାଣୁ ପ୍ରବେଶ କରିବାରେ ସଫଳ ହେଉଛି, ତାହାର କାରଣ ଓ ପ୍ରତିକାର ନ କଲେ ସଂକ୍ରମଣ ଲାଗି ରହିବ। ପ୍ରତି ସପ୍ତାହରେ ନୂଆ ହସ୍ପିଟାଲ୍‌ ହେଉଛି, ଟେଷ୍ଟିଂ ଲାବ୍‌ ମଧ୍ୟ କରାଯାଉଛି। ଆମକୁ ଯେମିତି ହେଲେ କୋଭିଡ୍‌ ସଂକ୍ରମଣ ହ୍ରାସ କରିବାକୁ ପଡ଼ିବ। ସଂକ୍ରମଣ କେମିତି କମିବ ସେଥିପାଇଁ ସମସ୍ତଙ୍କ ପ୍ରୟାସ ଜରୁରୀ। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ର କୁପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ଜୀବନ ଜୀବିକାର ସଂଘର୍ଷରେ ଏକ ସନ୍ତୁଳନର ଆବଶ୍ୟକତା ଅଛି। ୩ ଜିନିଷକୁ ମାନିଲେ ରୋଗ ସଂକ୍ରମଣ କମାଯାଇପାରିବ। ସାମାଜିକ ଦୂରତ୍ବ, ମାସ୍କ, ସ୍ବାସ୍ଥ୍ୟ ସଚେତନ ହେଲେ ସଂକ୍ରମଣ ରୋକିହେବ ବୋଲି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର(ଏସ୍‍ଆର୍‍ସି) ପ୍ରଦୀପ କୁମାର ଜେନା କହିଛନ୍ତି।
କିଛି ଲୋକ କଟକଣା ମାନୁନାହାନ୍ତି, ଦାୟିତ୍ବହୀନ ଭାବେ କାମ କରୁଛନ୍ତି। ଆମେ ନିଜେ ନିୟମ ମାନିବା ସହ ଖିଲାପକାରୀଙ୍କୁ ତାଗିଦ୍ କରିବାକୁ ପଡ଼ିବ। କିଛି ଦାୟିତ୍ୱହୀନ ଲୋକଙ୍କ ଯୋଗୁ ଭୁବନେଶ୍ୱର ଓ କଟକରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ଓ ମହାନଗର ନିଗମ କର୍ତ୍ତୃପକ୍ଷ, ପୁଲିସ କମିଶନରଙ୍କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଆସନ୍ତା ବୁଧବାରଠାରୁ କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ କରୁନଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରକାଶ କରିଛନ୍ତି।

Comments are closed.