୧୯ ବର୍ଷପରେ ପଡୁଛି ଶ୍ରାବଣ ସୋମବାରର ଏହି ଦୁର୍ଲଭ ଯୋଗ, ପାଞ୍ଚଟି ରାଶିର ଲୋକଙ୍କୁ ମିଳିପାରେ ଶୁଭଫଳ

0

ନୂଆଦିଲ୍ଲୀ : ଶନିବାର ଠାରୁ ପବିତ୍ର ଶ୍ରାବଣ ମାସର ଆରମ୍ଭ ହୋଇଯାଇଛି। ସମସ୍ତ ଶୈବପୀଠରେ ଶୁଣିବାକୁ ମିଳିବ ବମ ବମ ଭୋଲେ। ୧୯ ବର୍ଷପରେ ଶ୍ରାବଣ ପ୍ରଥମ ସୋମବାରର ଏହି ଦୁର୍ଲଭ ଯୋଗ ପଡୁଛି। ଶ୍ରାବଣ ମାସର ପ୍ରଥମ ସୋମବାରରେ ନକ୍ଷତ୍ର ଏବଂ ଲଗ୍ନର ଅପୂର୍ବ ସଂଯୋଗ ଦେଖିବାକୁ ମିଳିବ। ଏହାକୁ ଜ୍ୟୋତିଷମାନେ ମଧ୍ୟ ଶୁଭଙ୍କର ବୋଲି କହିଛନ୍ତି।
ଏହି ଶୁଭ ମୁହୁର୍ତ୍ତରେ ଶିବଙ୍କର ନାମ ଜପ କରିବା ଦ୍ୱାରା ଭଲ ଫଳ ମିଳିଥାଏ। ଏହାବ୍ୟତୀତ ପ୍ରଥମ ସୋମବାରରେ ଧନିଷ୍ଠା ନକ୍ଷତ୍ର ଓ ଧୃୃବିପୁଷ୍କର ଲଗ୍ନର ସମ୍ମିଶ୍ରଣ ହେବାକୁ ଯାଉଛି। ବୈଦିକ ଜ୍ୟେତିଷମାନେ ଏହି ନକ୍ଷତ୍ରକୁ ଧନସମୃଦ୍ଧ ନକ୍ଷେତ୍ର କହୁଛନ୍ତି। ଧୃବିପୁଷ୍କର ଲଗ୍ନ ରହିଥିବାରୁ ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ। ଏହି ସଂଯୋଗରେ ଗଙ୍ଗାଜଳ, କ୍ଷୀର-ଦହି ଓ ଆଖୁରସ ଦ୍ୱାରା ଭଗବାନ ଶିବଙ୍କର ଅଭିଷେକ କରାଯାଏ।
ଏହି ସଂଯୋଗରେ ରାଶିମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି ସଂଯୋଗରେ ପାଞ୍ଚଟି ରାଶିରେ ଶୁଭ ଦେଖାଯାଇଥିବା ଜ୍ୟୋତିଷ କହିଛନ୍ତି। ଏହି ରାଶି ଗୁଡିକ ହେଲେ, ସିଂହ, ମେଷ, ମୀନ, ତୁଳା, କୁମ୍ଭ।

Leave A Reply