ଶ୍ରାବଣ ଆରମ୍ଭ ; ଏସବୁ କରନ୍ତୁ ନାହିଁ ସେବନ

ଆଜି ଠାରୁ ଆରମ୍ଭ ଶ୍ରାବଣ ମାସ। ଏହି ମାସରେ ପ୍ରଭୁ ଶିବଶଙ୍କରଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରିବା ସହ କାଉଡିଆ ମାନେ ଜଳଭାର ନେଇ ଶିବଶଙ୍କରଙ୍କୁ ଅର୍ପଣ କରନ୍ତି। ତେବେ ଏହି ମାସର କିଛି ସ୍ୱତନ୍ତ୍ର ମହତ୍ତ୍ୱ ଥିବା ସହ ଏଭଳି କିଛି ଖାଦ୍ୟ ରହିଛି,ଯାହାକୁ ସେବନ କରିବାକୁ ବାରଣ କରାଯାଇଥାଏ। ଜାଣନ୍ତୁ..
ଶ୍ରାବଣ ମାସରେ ଅଧିକ ବର୍ଷା ହୋଇଥାଏ। ଏହି ସମୟରେ ସୂର୍ଯ୍ୟଙ୍କ ରଶ୍ମୀର ପ୍ରଭାବ କମ ଥାଏ। ଫଳରେ ପାଚନରେ ସହାୟକ ହେଉଥିବା ଏନଜାଇମ ସଠିକ ଭାବେ କ୍ଷରଣ ହୋଇ ପାରିନଥାଏ। ଫଳରେ ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଯେଉଁ ଖାଦ୍ୟ ଜିନିଷ ସେବନ କରିବା ପାଇଁ ଅଧିକ ସମୟ ଲାଗିଥାଏ। ସେସବୁ କମ ମାତ୍ରାରେ ନଚେତ୍‍ ନଖାଇବା ଉଚିତ। ଜାଣନ୍ତୁ..
ସାଧାରଣତଃ ଶ୍ରାବଣରେ ଅଧିକ ବର୍ଷା ହୋଇଥାଏ। ବର୍ଷା ସମୟରେ ପାଳଙ୍ଗ ଶାଗ,ମେଥି,ଲାଲ ରଙ୍ଗର ପନିପରିବା,ବଥୁଆ ଶାଗ,ବାଇଗଣ, ଫୁଲ କୋବି, ବନ୍ଧା କୋବି ଆଦି ଖାଆନ୍ତୁ ନାହିଁ। ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହି ସମୟରେ ଏସବୁ ପନିପରିବାରେ ପୋକ ଅଧିକ ହୋଇଥାଏ। ବିଶେଷ କରି ପତ୍ରଥିବା ପନିପରିବାରେ ପୋକ ଅଧିକ ହୋଇଥାଏ।ତେଣୁ ଏସବୁ ଖାଇବାକୁ ବାରଣ କରାଯାଏ। ଶାଗ ମଧ୍ୟ ଖୁବ କମ ସେବନ କରିବା ଉଚିତ।
ଶ୍ରାବଣ ମାସରେ ବାଇଗଣ ଖାଇବାକୁ ବାରଣ କରାଯାଇଛି। ଏହା ପଛରେ ରହିଥିବା ଧାର୍ମିକ କାରଣ ହେଲା ବାଇଗଣକୁ ଅଶୁଦ୍ଧ ବୋଲି କୁହାଯାଏ। ତେଣୁ ଶ୍ରାବଣ ମାସର ବ୍ରତଧାରୀମାନେ ବାଇଗଣ ଖାଇବା ଉଚିତ୍ ନୁହେଁ। ଏହାର ବୈଜ୍ଞାନିକ କାରଣ ହେଲା ଏହି ଦିନରେ ବର୍ଷା ହେଉଥିବାରୁ ବାଇଗଣରେ ପୋକ ଲାଗିଥାଏ ।

କ୍ଷୀର: ଧାର୍ମିକ ମତ ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କ ଉପରେ କଞ୍ଚା କ୍ଷୀର ଚଢାଯାଏ ବା ଅର୍ପଣ କରାଯାଏ। ତେଣୁ ଏହି ମାସରେ କଞ୍ଚା କ୍ଷୀର ଖାଇବା ଅନୁଚିତ୍। ବୈଜ୍ଞାନିକ କାରଣ ଅନୁଯାୟୀ ଏହି ମାସରେ ଗାଈ-ଗୋରୁ ସାଧାରଣତଃ ଫାଟୁଆ ରୋଗରେ ଆକ୍ରନ୍ତ ହୋଇଥାଆନ୍ତି ଏବଂ ପୋକ ଲାଗିଥିବା ପତ୍ର ମଧ୍ୟ ଖାଇଥାଆନ୍ତି । ତେଣୁ ଏହି ଦିନରେ କ୍ଷୀର ପିଇବାକୁ ମନା କରାଯାଏ ।
ବୈଜ୍ଞାନିକ ମତ ଅନୁଯାୟୀ, ଏହି ଦିନ ହେଉଛି ମାଛ ଅଣ୍ଡା ବା ମଞ୍ଜି ଦେବା ସମୟ । ମାଛ ମଞ୍ଜି ଶରୀର ପାଇଁ ହାନିକାରକ ହୋଇପାରେ।

ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ: ଏହି ଦିନରେ ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍। କାରଣ ଏହା ଗରିଷ୍ଠ ହୋଇଥିବାରୁ ହଜମ ପ୍ରକ୍ରିୟାରେ ଅଧିକ ସମୟ ଲାଗିଥାଏ ।

Comments are closed.