ଆଜି ଶ୍ରାବଣର ଦ୍ୱିତୀୟ ସୋମବାର, ଶୈବ ପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣର ମାସର ଦ୍ୱିତୀୟ ସୋମାବର। ସକାଳୁ ସକାଳୁ ରାଜ୍ୟର ବହୁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି। କାଉଡ଼ିଆ ଓ ଭକ୍ତମାନଙ୍କ ସମାଗମକୁ ଦେଖି ବିଭିନ୍ନ ଶୈବପୀଠରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ପୁରୀର ଲୋକନାଥ ଓ ଭଦ୍ରକର ଆଖଣ୍ଡଳମଣି , ଅନ୍ୟାନ୍ୟ ଶୈବ ମନ୍ଦିରରେ ଜଳ ଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ଜମିଛି।

Comments are closed.