ନାଗରିକତା ଆଇନ ବିରୋଧୀ ହିଂସା: ଜେଲରୁ ମୁକୁଳିଲେ ପୂର୍ବତନ ଆଇପିଏସ୍ ଅଧିକାରୀ ଓ କଂଗ୍ରେସ ନେତା

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଘଟିଥିବା ହିଂସାକାଣ୍ଡରେ ଗିରଫ ହୋଇଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ଏସଆର ଦାରାପୁରୀ ଏବଂ କଂଗ୍ରେସ ନେତା ସଦଫ ଜଫର ଜାମିନରେ ମୁକୁଳିଛନ୍ତି।
Related Posts
ଜେଲରୁ ବାହାରକୁ ଆସିବା ପରେ ସଦଫ ଜଫର କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ସରକାର ଏହି ଆଇନକୁ ପ୍ରତ୍ୟାହାର କରି ନ ନେଇଛନ୍ତି, ସେପର୍ଯ୍ୟନ୍ତ ଆମେ ବିରୋଧ ପ୍ରଦର୍ଶନ ଜାରି ରଖିବୁ। ସେ ଆହୁରି କହିଛନ୍ତି ଯେ, ଜେଲ ଯିବା ଡର ଆମ ମନରୁ ଦୂରେଇ ଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ବୋଲି କଟାକ୍ଷ କରିଛନ୍ତି।
Comments are closed.