ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ ମହାପାତ୍ରଙ୍କର ପରଲୋକରେ କେନ୍ଦ୍ର ମନ୍ତ୍ରୀଙ୍କ ଶୋକ

କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ
ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଡ.ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ କରି ସେ କହିଛନ୍ତି ଡ.ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଖବର ଶୁଣି ମୁଁ ଦୁଃଖିତ। ସ୍ୱର୍ଗତ ମହାପାତ୍ର ପରୋପକାରୀ ଏବଂ ସୁବ୍ୟବହାର ପାଇଁ ସବୁଠି ବେଶ୍ ପରିଚିତ ଥିଲେ। ସେ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Comments are closed.