୯୯୫ ଟଙ୍କାରେ ମିଳିବ ସ୍ପୁଟନିକ ଭି ଟିକା, ତିଆରି କରିବ ଡ. ରେଡ୍ଡୀ ଲ୍ୟାବ୍‌

ଦେଶରେ ଭାରତ ବାୟୋଟେକର କୋଭାକ୍ସିନ ଏବଂ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କୋଭିଶିଲ୍ଡ ଟିକା ବ୍ୟତୀତ ରୁଷର ସ୍ପୁଟନିକ ଭି ଟିକା ଲୋକଙ୍କୁ ଦିଆଯିବ। ଆସନ୍ତା ସପ୍ତାହରୁ ଏହି ଟିକା ବଜାରରେ ଉପଲବ୍ଧ ହେବ। ତେବେ ଏହି ଟିକା ପୂର୍ବରୁ ମହଜୁଦ ଥିବା ଦୁଇଟି ଯାକ ଟିକାଠାରୁ ସାମାନ୍ୟ ମହଙ୍ଗା ହେବ। ସ୍ପୁଟନିକ-ଭି ଟକାର ଗୋଟିଏ ପାନ ମୂଲ୍ୟ ୯୯୫ ଟଙ୍କା ୪୦ ପଇସା ରହିବ ବୋଲି ଡ. ରେଡ୍ଡୀ ଲ୍ୟାବ୍‌ ପକ୍ଷରୁ ସୂଚନା ମିଳିଛି। ଏହି ଟିକା ଭାରତରେ ବି ଉତ୍ପାଦିତ ହେବ। ହାଇଦ୍ରାବାଦସ୍ଥିତି ଡ. ରେଡ୍ଡୀ ଲ୍ୟାବ୍‌ ଏହି ଟିକା ପ୍ରସ୍ତୁତ କରିବ। ଏଥିପାଇଁ ଡ. ରେଡ୍ଡୀ ଲ୍ୟାବ୍‌କୁ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ତରଫରୁ ଗତ ଗୁରୁବାର ମଞ୍ଜୁରୀ ମିଳିଥିବା ଲ୍ୟାବ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୦ ହଜାର ସ୍ପୁଟନିକ ଭି ଟିକା ଗଚ୍ଛିତ ରହିଛି। ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଟିକାକରଣରେ ବ୍ୟବହାର କରାଯାଉଛି। କେନ୍ଦ୍ର ସରକାର ଏହି ଦୁଇଟି ଟିକାକୁ ୨୫୦ ଟଙ୍କାରେ କିଣୁଛନ୍ତି। କିନ୍ତୁ ଏହି ଦୁଇଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ଖୋଲା ବଜାର ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

Comments are closed.