ପୂର୍ବତନ କ୍ରୀଡ଼ାବିତଙ୍କ ବିୟୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜଣେ ବରିଷ୍ଠ ଆଇନଜୀବୀ, ଖ୍ୟାତିପୂର୍ଣ୍ଣ କ୍ରୀଡ଼ାବିତ ତଥା କ୍ରୀଡା ସଙ୍ଗଠକ, ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ସଂଘର ପୂର୍ବତନ ସମ୍ପାଦକ ପି ଜୀବନରାମ(୬୩)ଙ୍କ ଆଜି ଅକାଳ ବିୟୋଗ ଘଟିଛି । ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ନବରଙ୍ଗପୁର ସହରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ବର୍ତମାନର ନବରଙ୍ଗପୁର ଜିଲ୍ଲା କ୍ରୀଡା ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଗଭୀର ଶୋକ ବ୍ୟକ୍ତ କରିବା ସହ ନବରଙ୍ଗପୁର ଜିଲ୍ଲାରେ କ୍ରୀଡା ପ୍ରତି ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଥିଲା ଏବଂ ଜିଲ୍ଲାବାସୀ ତାଙ୍କ ଅବଦାନକୁ ସବୁଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି।

Comments are closed.